ଆଇନ କାନୁନଦେଶମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

୨ ତାରିଖରୁ ମହାରାଷ୍ଟ୍ରର କୌଣସି ସ୍ଥାନରେ ଲାଗୁ ହେବନି କରୋନା କଟକଣା

ଶନିବାର ଠାରୁ ଆଉ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବନାହିଁ

ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ ବଡ ନିଷ୍ପତ୍ତି । ଦେଶରେ କରୋନା ଗ୍ରାଫ୍ ରେ ହ୍ରାସ ଘଟୁଥିବାରୁ ସମସ୍ତ ପ୍ରକାରର କରୋନା କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର ।  ଆସନ୍ତା ୨ ତାରିଖରୁ ମହାରାଷ୍ଟ୍ରର କୌଣସି ସ୍ଥାନରେ ଲାଗୁ ହେବନି କରୋନା କଟକଣା । ମାସ୍କ ପରିଧାନକୁ ମଧ୍ୟ ସ୍ୱେଚ୍ଛାକୃତ କରାଯିବ ।

ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବିସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ,ଏପ୍ରିଲ ୨ରୁ ରାଜ୍ୟ ସରକାର ମହାମାରୀ କରୋନା ପାଇଁ ଲାଗୁ କରିଥିବା ସଂକ୍ରାମକ ଆଇନ ଓ ବିପର୍ଯ୍ୟୟ ପ୍ରଶମନ ଆଇନ ପ୍ରତ୍ୟାହାର କରାଯିବ ।

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ତୋପେ କହିଛନ୍ତି , ଆସନ୍ତା ଶନିବାର ଠାରୁ ଆଉ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବନାହିଁ । ସେହିପରି ଲୋକାଲ ଟ୍ରେନରେ ଯାତ୍ରା କରିବା ପାଇଁ ଡବଲ ଡୋଜ୍‌ ଟିକା ଜରୁରୀ ନିୟମକୁ ମଧ୍ୟ ସରକାର ଶନିବାର ଠାରୁ ପ୍ରତ୍ୟାହାର କରିନେବେ । ମହାମାରୀ ଆଇନକୁ ପ୍ରତ୍ୟାହାର କରାଯାଇଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଲୋକମାନେ ଅବହେଳା କରିବେ ଓ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବେ ନାହିଁ। ସମସ୍ତେ ସବୁବେଳେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

 

 

Show More

Related Articles

Back to top button