Breaking PLUSଓଡ଼ିଶାମୁଖ୍ୟ ଖବର

ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର ଜିଲା କୋରେଇ ଥାନା ଗୌରପୁର ପଞ୍ଚାୟତ ଯୁଗଳ ଗ୍ରାମରେ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହକୁ ଶନିବାର ପୃଥକ୍‌ ଭାବେ ଜବତ କରାଯାଇଛି। ସେମାନେ ହେଲେ ଶାନ୍ତନୁ ଜେନା ଏବଂ ତାଙ୍କ ସ୍ତ୍ରୀ ସବିତା।

ଯାଜପୁର ଜିଲା କୋରେଇ ଥାନା ଗୌରପୁର ପଞ୍ଚାୟତ ଯୁଗଳ ଗ୍ରାମରେ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହକୁ ଶନିବାର ପୃଥକ୍‌ ଭାବେ ଜବତ କରାଯାଇଛି। ସେମାନେ ହେଲେ ଶାନ୍ତନୁ ଜେନା ଏବଂ ତାଙ୍କ ସ୍ତ୍ରୀ ସବିତା। ଶ୍ରମିକ ଭାବେ କାମ କରୁଥିବା ଶାନ୍ତନୁ ୨୦୧୬ରେ ପତ୍ରକଣା ଗ୍ରାମର ସବିତା ଜେନାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ୫ ବର୍ଷ ପରେ ବି ସେମାନଙ୍କ କୌଣସି ସନ୍ତାନ ଜନ୍ମ ହୋଇ ନ ଥିଲା। ଏହାକୁ ନେଇ ବିଭିନ୍ନ ସମୟରେ ସବିତାଙ୍କୁ ଟାହିଟାପରା ଶୁଣିବାକୁ ପଡୁଥିଲା। ଏହି ଘଟଣାକୁ ନେଇ ସବିତାଙ୍କ ବାପଘର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଛି ଏବଂ ପରେ ଶାନ୍ତନୁ ଘର ବାହାରେ ଆତ୍ମହତ୍ୟା କରିଛନ୍ତି ବୋଲି କୋରେଇ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ପାରିବାରିକ କଳହ ଏବଂ ଆର୍ଥିକ ଅନଟନରୁ ଉଭୟେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି। ଖବର ପାଇ କୋରେଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଡାକ୍ତରଖାନାକୁ ପଠାଇଥିଲେ। ପୋଲିସ ଏ ନେଇ ୧୪/୨୧ ନମ୍ବରରେ ଅପମୃତ୍ୟୁ ମାମଲା ରୁଜୁୁ କରି ତଦନ୍ତ ଚଳାଇଛି।

Show More

Related Articles

Back to top button