ଦେଶମନୋରଞ୍ଜନସ୍ୱତନ୍ତ୍ର

ଆସନ୍ତା ଜାନୁୟାରୀରେ ବିବାହ କରିବାକୁ ଯାଉଛନ୍ତି ଏହି ଯୋଡି

ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏହି ଚର୍ଚ୍ଚିତ ଯୋଡି । ଆମେ କହୁଛୁ ଲିଉଡର ବହୁ ପ୍ରତୀକ୍ଷିତ  ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲଙ୍କ ବିବାହ କଥା । ଆସନ୍ତା ବର୍ଷ ଜାନୁୟାରୀରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ । ଜାନୁୟାରୀ ଚତୁର୍ଥ ସପ୍ତାହ ଅର୍ଥାତ୍‌ ୨୧ରୁ ୨୩ ମଧ୍ୟରେ ଦୁହେଁ ବିବାହ କରିବା ସୂଚନା ମିଳିଛି । ତେବେ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି।

ଏକ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ବିବାହକୁ ନେଇ ଆଥିଆଙ୍କ ଟିମ୍‌ ସହିତ ମଧ୍ୟ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେମାନେ ଏ ବିଷୟରେ କିଛି କହିବାକୁ ମନା କରିଦେଇଥିଲେ। ଆଥିଆ ଏବଂ ରାହୁଲଙ୍କ ବିବାହ ହଳଦୀ, ମେହେନ୍ଦି, ସଂଗୀତ ଆଦି ଦକ୍ଷିଣ ଭାରତୀୟ ବିବାହ ହେବ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଆଥିଆ-ରାହୁଲଙ୍କ ବିବାହ ସୁନୀଲ ଏବଂ ମାନା ଶେଟ୍ଟୀଙ୍କ ଲାଭିଶ ଖଣ୍ଡାଲା ହୋମ ‘ଜହାନ’ରେ ଅନୁଷ୍ଠିତ ହେବ ବୋଲି କୁହାଯାଉଛି।

Show More

Related Articles

Back to top button