Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆଜି ସକାଳ ୮ଟାରୁ ପୌରନିର୍ବାଚନ ଭୋଟ ଗଣତି ଆରମ୍ଭ

ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ଚାଲିଛି।

ଆରମ୍ଭ ହୋଇଛି ପୌର ଭୋଟ ଗଣତି ପ୍ରକ୍ରିୟା । ଆଶା ଓ ଆଶଙ୍କ ମଧ୍ୟରେ ରହିଛନ୍ତି ପ୍ରାର୍ଥୀ ଓ ନେତା। ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ଚାଲିଛି । ମୋଟ ୧୦୬ ପୌରାଞ୍ଚଳ ଏବଂ ୩ ମହାନଗର ନିଗମ ନିର୍ବାଚନର ଭୋଟ ଗଣତି କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି। ଭୋଟ ଗଣତି ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ଏନଏସିରେ କାଉନସିଲର ଏବଂ ଅଧ୍ୟକ୍ଷ ପଦ ପାଇଁ ୨ଟି ଲେଖାଏଁ ଟେବୁଲ ରହିଛି। ମ୍ୟୁନିସିପାଲିଟିରେ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଏଁ ଟେବୁଲରେ ଗଣତି ପକ୍ରିୟା ଚାଲିଛି। ମହା ନଗର ନିଗମରେ କର୍ପୋରେଟ ଓ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲରେ ଭୋଟ ଗଣତି କରାଯାଉଛି। ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି ଓ ଭିଡିଓଗ୍ରାଫିର ବ୍ୟବସ୍ଥା ମଧ୍ୟ ହୋଇଛି । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ଓ ଜଣେ ସହକାରୀ ନିୟୋଜିତ ଅଛନ୍ତି ।

Show More

Related Articles

Back to top button