Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାନସଭା ଅଧିବେଶନ ପୂର୍ବରୁ ଆଜିଠାରୁ ଆରମ୍ଭ ହେଲା ସମସ୍ତ କର୍ମଚାରୀ ଓ ବିଧାୟକଙ୍କର କରୋନା ଟେଷ୍ଟ

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ ହେଉଥିବାରୁ ଆଜିଠାରୁ ୩ ଦିନ ଯାଏଁ ସମସ୍ତଙ୍କର କରୋନା ଟେଷ୍ଟ ହେବ ବୋଲି କୁହାଯାଇଛି । ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ, ସେମାନଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀଙ୍କର କୋଡିଭ୍ ଟେଷ୍ଟ ହେବ ।

ବିଧାନସଭା ଭିତରକୁ ଯାଉଥିବା ସମସ୍ତ ସାମ୍ବାଦିକଙ୍କର ମଧ୍ୟ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ହୋଇଛି । କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଲେ ବିଧାନସଭା ଯିବାକୁ ଅନୁମତି ମିଳିବ। କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ବିଧାନସଭା ଯିବାକୁ ଅନୁମତି ମିଳିବ।

ଆସନ୍ତା ୧୭, ୧୮ ଓ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ସମସ୍ତଙ୍କ କୋଭିଡ୍ ଟେଷ୍ଟ କରାଯିବା ସହ ପରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସମସ୍ତଙ୍କ ଟେଷ୍ଟ କରାଯିବ । ଏହାସହ ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ କରାଯିବ । ସଦସ୍ୟମାନେ ଭିଡିଓ କନଫରେନ୍ସିଂରେ ମଧ୍ୟ ଭାଗ ନେଇପାରିବେ।

Show More

Related Articles

Back to top button