Breaking PLUSଦେଶମୁଖ୍ୟ ଖବରରାଜନୀତି
ରାଜ୍ୟସଭା ନିର୍ବାଚନ ପାଇଁ ୧୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ବିଜେଡି ବିଜେପି ପରେ ରାଜ୍ୟସଭା ନିର୍ବାଚନ ପାଇଁ ୧୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ୭ଟି ରାଜ୍ୟରୁ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏଆଇସିସି। ତାମିଲନାଡୁରୁ ପି. ଚିଦାମ୍ବରମ, ଛତିଶଗଡ଼ରୁ ରାଜୀବ ଶୁକ୍ଳାଙ୍କ ନାମ ଘୋଷଣା କରାଯାଇଛି। ସେହିପରି ହରିୟାଣାରୁ ଅଜୟ ମାକେନ, ରାଜସ୍ଥାନରୁ ରଣଦୀପ ସିଂ ସୂର୍ୟେୱାଲା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ସେହିପରି ଭାରତୀୟ ଜନତା ପାର୍ଟି ରବିବାର ରାଜ୍ୟସଭା ନିର୍ବାଚନ ପାଇଁ ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କର୍ଣ୍ଣାଟକରୁ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ମହାରାଷ୍ଟ୍ରରୁ ପୀୟୁଷ ଗୋୟଲଙ୍କ ନାମ ଘୋଷଣା କରାଯାଇଛି।