Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଜାରି ରହିଛି ଶୀତ ଲହରୀ

ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ପ୍ରବଳ ଶୀତରେ ଥରୁଛି ସାରା ରାଜ୍ୟ । ଅଧିକାଂଶ ସ୍ଥାନରେ ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି ଓ ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼ । ଦେହ ଥରାଇ ଦେଉଛି କୋହଲା ପବନ ।

ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ପ୍ରବଳ ଶୀତରେ ଥରୁଛି ସାରା ରାଜ୍ୟ । ଅଧିକାଂଶ ସ୍ଥାନରେ ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି ଓ ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼ । ଦେହ ଥରାଇ ଦେଉଛି କୋହଲା ପବନ ।

କିଛି ଦିନ ହେଲା ଅନେକ ସ୍ଥାନରେ ତାପମାତ୍ରା ଲଗାତର ଭାବେ ୧୫ ଡିଗ୍ରୀ ତଳେ ରହୁଛି । ଗତକାଲି ୧୧ଟି ସହରର ପାରଦ ୧୫ ଡିଗ୍ରୀ ତଳେ ଥିବା ବେଳେ ୧୦ ଡିଗ୍ରୀ ତଳେ ୩ଟି ସହର ଥିଲା । ୯.୨ ଡିଗ୍ରୀ ପାରଦ ସହ ସବୁଠୁ ଥଣ୍ଡା ସହର ପାଲଟିଥିଲା ସୋନପୁର । ସେହିପରି ଦାରିଙ୍ଗିବାଡ଼ିରେ ୯.୫ ଓ ଫୁଲବାଣୀରେ ୯.୮ ଡିଗ୍ରୀ ତାପମାତ୍ରା ରହିଥିଲା ।

କୋରାପୁଟରେ ମଧ୍ୟ ଶୀତର ପ୍ରଭାବ ବେଶ୍ ଅନୁଭୂତ ହେଉଛି । କୋରାପୁଟରେ ଗତକାଲି ତାପମାତ୍ରା ଥିଲା ୧୧.୨ ଡିଗ୍ରୀ । ରାତିରେ ତାପମାତ୍ରା ତଳକୁ ଖସିବା ସହ ପ୍ରବଳ ଶୀତ ଅନୁଭୂତ ହେଉଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳିବା ସହ ଚା ଦୋକାନରେ ଭିଡ଼ ଜମାଉଛନ୍ତି ।

Show More

Related Articles

Back to top button