ଓଡ଼ିଶାଦେଶଶିକ୍ଷାସ୍ୱତନ୍ତ୍ର

କୋଲକାତା ଢାଞ୍ଚାରେ ରାଜଧାନୀରେ ନିର୍ମାଣ ହେବ ସାଇନ୍ସ ସିଟି

କୋଲକାତା ଢାଞ୍ଚାରେ ରାଜଧାନୀରେ ନିର୍ମାଣ ହେବ ସାଇନ୍ସ ସିଟି । ଏଥିପାଇଁ ରାଜ୍ୟ ସରକାର ୩୦ଏକର ଜମି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ ଦେଇଛନ୍ତି । ଏନେଇ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ।

ସେହିପରି ପୁରୀରେ ମଧ୍ୟ ବିଜ୍ଞାନ ଓ ପ୍ଲାନଟୋରିୟମ କେନ୍ଦ୍ର ପ୍ରତିଷ୍ଠା କରାଯିବ । ସେଠାରେ ଜଗନ୍ନାଥ ସଂସ୍କୃତିର ସମସ୍ତ ତଥ୍ୟ ସ୍ଥାନ ପାଇବ । ଯାହାଫଳରେ ଦେଶ ବିଦେଶରୁ ଶ୍ରୀକ୍ଷେତ୍ର ଆସୁଥିବା ଶ୍ରଦ୍ଧାଳୁ ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିପାରିବେ ।

ଏହା ସହିତ ସାତକୋଶିଆ ଅଂଚଳରେ ଜାତୀୟ ସ୍ତରର ଏକ ଆଞ୍ଚଳିକ ସାତକୋଶିଆ ବାୟ ସ୍ପିୟର ମ୍ୟୁଜିୟମ ହେବ ।

ଭୁବନେଶ୍ୱରରେ ସାଇନ୍ସ ସିଟି ଖୋଲିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଜ୍ଞାନ ଆହୁରି ବୃଦ୍ଧି ପାଇବ। କେବଳ ଏତିକି ନୁହେଁ ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ତଥ୍ୟ ଓ ତ୍ରୁଟିକୁ ସୁଧାରିବାରେ ସାଇନ୍ସ ସିଟି ସହାୟକ ହୋଇପାରିବ।

 

Show More

Related Articles

Back to top button