ଓଡ଼ିଶାପାଣିପାଗ

ଲଗାଣ ବର୍ଷାରେ ଉବୁଟୁୁବୁ ପୁରୀ ସହର

ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଉବୁଟୁୁବୁ ପୁରୀ ସହର । ସହରର ମୁଖ୍ୟ ପ୍ରବେଶପଥ ମେଡ଼ିକାଲ ଛକ, ବଡ଼ଦାଣ୍ଡ, ସହର ତଳି ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ।

ଅନ୍ୟପଟେ ବର୍ଷା ଯୋଗୁଁ ପର୍ଯ୍ୟଟକ, ସହରବାସୀ ବ୍ୟସ୍ତବିବ୍ରତ ହୋଇ ପଡ଼ିଛନ୍ତି। ଗତ ୨ ଦିନ ହେବ ତୁହାକୁ ତୁହା ପ୍ରବଳ ପ୍ରବଳ ବର୍ଷା ହେଉଥିବାରୁ ବଡ଼ଦାଣ୍ଡ, ହସ୍ପିଟାଲ ଛକରୁ ମାର୍କେଟ ଛକ, ଭିଆଇପି ରୋଡ, ସୁଜାତା ନଗର, ମୁକୁନ୍ଦ ମିଶ୍ର ନଗର, ନୀଳଚକ୍ର ନଗର, ସିଦ୍ଧମହାବୀର, ଦତ୍ତତୋଟା ଅଞ୍ଚଳରେ ବର୍ଷା ପାଣି ଜମି ରହିଛି।

Show More

Related Articles

Back to top button