Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ଶୁକ୍ରବାର ଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରାମଣା । ଏନେଇ ଓଡିଶା ହାଇକୋର୍ଟ ରେଜିଷ୍ଟ୍ରାଙ୍କ ପକ୍ଷରୁ ଗସ୍ତ କାର୍ୟ୍ୟକ୍ରମ ନେଇ ବିସ୍ତୃତ ସୂଚନା ଜାରି କରାଯାଇଛି ।

ଶୁକ୍ରବାର ଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରାମଣା । ଏନେଇ ଓଡିଶା ହାଇକୋର୍ଟ ରେଜିଷ୍ଟ୍ରାଙ୍କ ପକ୍ଷରୁ ଗସ୍ତ କାର୍ୟ୍ୟକ୍ରମ ନେଇ ବିସ୍ତୃତ ସୂଚନା ଜାରି କରାଯାଇଛି ।
ଶୁକ୍ରବାର ସଂଧ୍ୟାରେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ରାତି ୮ ରେ ଭୁବନେଶ୍ବରରେ ଅବତରଣ କରିବେ । ବିମାନ ବନ୍ଦରରୁ ସଡକ ପଥରେ ସିଧା ସଳଖ ପୁରୀ ଯିବେ । ସେଠାରେ ହୋଟେଲ ମେ’ଫେୟାରରେ ରାତ୍ରି ଯାପନ କରିବେ । ଶନିବାର ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଦର୍ଶନ ସାରି ପୁଣି ହୋଟେଲ ଫେରିବେ ପ୍ରଧାନ ବିଚାରପତି । କିଛି ସମୟର ବିଶ୍ରାମ ପରେ, ସିଧା କଟକ ଅଭିମୁଖେ ଯାତ୍ରା କରିବେ ।କଟକ ହାଇକୋର୍ଟ ଆସିବା ପରେ ପ୍ରଧାନ ବିଚାରପତିଙ୍କୁ ଗାର୍ଡ ଅଫ ଅନର ହାଇକୋର୍ଟ ପରିସରରେ ପ୍ରଦାନ କରାଯିବ । ପରେ ହାଇକୋର୍ଟ ସେବା ଭବନକୁ ଉଦଘାଟନ କରିବେ ପ୍ରଧାନ ବିଚାରପତି । ସେହିଠାରୁ ହାଇକୋର୍ଟ ପରିସରରେ ଥିବା ଡିଜିଟାଲ ସେଣ୍ଟରକୁ ଆସିବେ । ସେହିଠାରେ ପ୍ରଧାନ ବିଚାରପତିଙ୍କୁ ବିଭିନ୍ନ ବିଷୟରେ ସୂଚନା ପ୍ରଦାନ କରାଯିବ ।ସେହିପରି ହାଇକୋର୍ଟ ପରିସରରେ ଏକାଧିକ କାର୍ୟ୍ୟକ୍ରମରେ ସାମିଲ ହେବେ ପ୍ରଧାନ ବିଚାରପତି । ପରେ ସେଠାରେ ମଧ୍ୟାହ୍ନ ଭୋଜନ କରି, ଭୁବନେଶ୍ବର ଅଭିମୁଖେ ଆସିବେ । ଭୁବନେଶ୍ବରରେ ଏକ ଘରୋଇ ହୋଟେଲରେ କିଛି ସମୟ ବିଶ୍ରାମ ନେବା ପରେ ପୁଣି ଦିଲ୍ଲୀ ଅଭିମୁଖେ ବାହାରିବେ । ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦର ଆସି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।

Show More

Related Articles

Back to top button