ଦେଶସ୍ୱତନ୍ତ୍ର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଅହମଦାବାଦରେ କେନ୍ଦ୍ର-ରାଜ୍ୟ ବିଜ୍ଞାନ ବୈଠକ

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅହମଦାବାଦରେ କେନ୍ଦ୍ର-ରାଜ୍ୟ ବିଜ୍ଞାନ ବୈଠକକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜ୍ଞାନ ହେଉଛି ସେହି ଶକ୍ତି ଯାହା ଏକବିଂଶ ଶତାବ୍ଦୀ ଭାରତର ବିକାଶରେ ସହାୟକ ହେଉଛି । ଆଜି ଭାରତ ଯେତେବେଳେ ଚତୁର୍ଥ ଶିଳ୍ପ ବିପ୍ଳବ ଅଭିମୁଖେ ଅଗ୍ରସର ହେଉଛି, ଏହି କ୍ଷେତ୍ରରେ ଏହାର ଜନସାଧାରଣ ଓ ବିଜ୍ଞାନର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏଭଳି ପରିସ୍ଥିତିରେ ପ୍ରଶାସନ ଓ ନୀତି ପ୍ରସ୍ତୁତି ଦିଗରେ ନିୟୋଜିତ ଜନସାଧାରଣଙ୍କ ଦାୟିତ୍ୱ ବହୁଳ ଭାବେ ବୃଦ୍ଧି ପାଇଥାଏ ବୋଲି ଏହି ଅବସରରେ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ , ବିଜ୍ଞାନ ହେଉଛି ସମାଧାନ, ଉତ୍ପତ୍ତି ଓ ନବୋନ୍ମେଷର ଭିତ୍ତିଭୂମି। ଏହି ଉତ୍ସାହକୁ ଉପଜୀବ୍ୟ କରି ଆଜି ଭାରତ ‘ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ’ ପଥରେ ଆଗେଇ ଚାଲିଛି। ଆମେ ଇତିହାସରୁ ଶିକ୍ଷା ଲାଭ କରିଥିବା ବିଷୟଗୁଡିକ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟକୁ ସାହାଯ୍ୟ କରିବ। ଆମେ ଯଦି ଗତ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧି କଥା ସ୍ମରଣ କରୁ ତେବେ ବିଶ୍ୱ କିପରି ଧ୍ୱଂସ ଓ ଭୟ ମଧ୍ୟରେ ଗତି କରୁଥିଲା ତାହା ଜାଣିପାରିବା। ତେବେ ସେତେବେଳେ ମଧ୍ୟ ସେ ପ୍ରାଚ୍ୟ ହେଉ ବା ପାଶ୍ଚାତ୍ୟ ସବୁଆଡେ ବୈଜ୍ଞାନିକମାନେ ଆବିଷ୍କାରରେ ଲାଗି ପଡିଥିଲେ। ପାଶ୍ଚାତ୍ୟରେ ଆଇନଷ୍ଟାଇନ, ଫେରମୀ, ମ୍ୟାକ୍ସ ପ୍ଲାଙ୍କ, ନିଲ୍‌ସ ବୋର ଓ ଟେସଲା ସେମାନଙ୍କ ପରୀକ୍ଷାନିରୀକ୍ଷା ଦ୍ୱାରା ବିଶ୍ୱକୁ ଜାଜ୍ଜ୍ବଲ୍ୟମାନ କରିଥିଲେ। ସେତିକିବେଳେ ସିଭି ରମଣ, ଜଗଦୀଶ ଚନ୍ଦ୍ର ବୋଷ, ସତ୍ୟେନ୍ଦ୍ର ନାଥ ବୋଷ, ମେଘନାଦ ଶାହା ଓ ଏସ୍ ଚନ୍ଦ୍ରଶେଖର ଭଳି ବୈଜ୍ଞାନିକମାନେ ସେମାନଙ୍କ ନୂତନ ଆବିଷ୍କାରମାନ ଲୋକଲୋଚନକୁ ଆଣିଲେ। ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ତୁଳନା କରି ଆମେ ଆମ ବୈଜ୍ଞାନିକମାନଙ୍କ କୃତୀକୁ ପ୍ରକୃତ ସ୍ୱୀକୃତି ଦେଉନାହୁଁ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଯେତେବେଳେ ଆମ ବୈଜ୍ଞାନିକମାନଙ୍କ ସଫଳତାର ଉତ୍ସବ ପାଳନ କରୁ ବିଜ୍ଞାନ ଆମ ସମାଜ ଓ ସଂସ୍କୃତିର ଏକ ଅଂଶ ହୋଇଯାଏ। ପ୍ରଧାନମନ୍ତ୍ରୀ ଆମ ଦେଶର ବୈଜ୍ଞାନିକମାନଙ୍କ ସଫଳତାର ଉତ୍ସବ ପାଳିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। କରୋନା ଟିକାର ବିକାଶ ଓ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ ପାଇଁ ସେ ଭାରତୀୟ ବିଜ୍ଞାନୀମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।

ସରକାର ବିଜ୍ଞାନଭିତ୍ତିକ ଚିନ୍ତାଧାରା ଉପରେ ଆଧାରିତ ବିକାଶ ଦିଗରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ୨୦୧୪ ମସିହାଠାରୁ ବିଜ୍ଞାନ ଓ ପ୍ରଯୁକ୍ତିଜ୍ଞାନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି। ସରକାରଙ୍କ ଉଦ୍ୟମ ଯୋଗୁଁ ଆଜି ଭାରତ ବୈଶ୍ୱିକ ନବୋନ୍ମେଷ ସୂଚୀରେ ୪୬ତମ ସ୍ଥାନରେ ରହିଛି। ମାତ୍ର ୨୦୧୫ରେ ଭାରତ ୮୧ତମ ସ୍ଥାନରେ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦେଶରେ ରେକର୍ଡ ସଂଖ୍ୟକ ପେଟେଣ୍ଟ ପଞ୍ଜୀକୃତ ହୋଇଥିବା ସେ ସ୍ୱୀକାର କରିଥିଲେ। ସେ ମଧ୍ୟ ଏକ ନବୋନ୍ମେଷ ବାତାବରଣ ଓ ମଜଭୁତ ଷ୍ଟାର୍ଟଅପ ପ୍ରଣାଳୀ ବିଷୟରେ ଉଲ୍ଲେଖ କରିଥିଲେ।

ଅମୃତକାଳରେ ଭାରତକୁ ଗବେଷଣା ଓ ନବୋନ୍ମେଷ କ୍ଷେତ୍ରରେ ବୈଶ୍ୱିକ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ହେଲେ ଆମକୁ ଅନେକ ଦିଗରେ କାର୍ଯ୍ୟ କରିବାକୁ ହେବ। ବିଜ୍ଞାନ ଓ ବୈଷୟିକ ଜ୍ଞାନ ଆଧାରିତ ଗବେଷଣାକୁ ଆମକୁ ସ୍ଥାନୀୟ ସ୍ତର ପର୍ଯ୍ୟନ୍ତ ନେବାକୁ ପଡିବ। ସ୍ଥାନୀୟ ଆବଶ୍ୟକତା ଅନୁସାରେ ଗବେଷଣା ଓ ନବୋନ୍ମେଷ ଉପରେ ଧ୍ୟାନ ଦେବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ, ଶିଳ୍ପଦ୍ୟୋଗୀ, ଉଦ୍ୟୋଗପତି, ସ୍ୱେଚ୍ଛାସେବୀ ସଂଗଠନ, ଯୁବ ବିଜ୍ଞାନୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Show More

Related Articles

Back to top button