Breaking PLUSଦେଶମୁଖ୍ୟ ଖବର

୧୦ ରାଜ୍ୟକୁ ପଠାଯିବ କେନ୍ଦ୍ରୀୟ ଟିମ

ଆତଙ୍କ ଖେଳାଇଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଧୀରେ ଧୀରେ ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ଏହା ତୃତୀୟ ଲହର ଆଣିବା ନେଇ ଆକଳନ କରାଯାଉଛି । ଏନେଇ କଡାକଡି ପଦକ୍ଷେପ ନେଉଛନ୍ତି ସରକାର । ଓମିକ୍ରନ ବ୍ୟାପୁଥିବା ରାଜ୍ୟ ଗୁଡିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।

ତେବେ ଏହିଭଳି ୧୦ଟି ରାଜ୍ୟକୁ ଏବେ ଚିହ୍ନଟ କରାଯାଇଥିବା ବେଳେ ଏହି ରାଜ୍ୟଗୁଡିକୁ କେନ୍ଦ୍ରୀୟ ଟିମ ପଠାଯିବା ନେଇ ଯୋଜନା କରାଯାଉଛି । ରାଜ୍ୟଗୁଡିକ ହେଲା- କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ ଓ ଝାରଖଣ୍ଡକୁ କେନ୍ଦ୍ରୀୟ ଟିମ ପଠାଯିବ । ଏହି ରାଜ୍ୟଗୁଡିକରେ ସର୍ବାଧିକ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ କେନ୍ଦ୍ରୀୟ ଟିମ ଆଲୋଚନା କରିବ ।

ଦେଶରେ ବର୍ତ୍ତମାନ ସୁଦ୍ଧା ୪୧୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଏମାନଙ୍କ ମଧ୍ୟରୁ ୧୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ତା ପଛକୁ ଦିଲ୍ଲୀରେ ୭୯ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ କେରଳ, ତାମିଲନାଡୁ, ତେଲେଙ୍ଗାନା, ରାଜସ୍ଥାନ, ଓଡ଼ିଶା, ହରିୟାଣା, ଗୁଜରାଟ, ଆନ୍ଧ୍ରପ୍ରଦେଶରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button