ଓଡ଼ିଶା

ଖୁବଶୀଘ୍ର ଟୋଲ୍‌ ଟିକସ ନିୟମରେ ପରିବର୍ତ୍ତନ କରିବେ କେନ୍ଦ୍ର ସରକାର

ଖୁବଶୀଘ୍ର ଟୋଲ୍‌ ଟିକସ ନିୟମରେ ପରିବର୍ତ୍ତନ କରିବେ କେନ୍ଦ୍ର ସରକାର । ଦେଶରେ ଆଗାମୀଦିନମାନଙ୍କରେ ଟେକ୍ନୋଲୋଜି ମାଧ୍ୟମରେ ଟୋଲ୍ ଟିକସ ଆଦାୟ ଭଳି କାର୍ଯ୍ୟ ସମ୍ପନ୍ନ ହେବ। ଯେଉଁମାନେ ନୂଆ ନମ୍ବର ପ୍ଲେଟ ବ୍ୟବହାର କରୁନଥିବେ ଏବଂ ଟୋଲ୍ ଟିକସ ଦେଉନଥିବେ ,ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଶ୍ରୀ ଗଡ଼କରୀ କହିଛନ୍ତି ଯେ,ଆଗାମୀ ଦିନରେ ସରକାର ଏଭଳି ଟେକ୍ନୋଲୋଜି ବ୍ୟବହାର କରିବକୁ ଯାଉଛନ୍ତି, ଯାହା ସାହାଯ୍ୟରେ ଆକାଉଣ୍ଟରୁ ଆପେ ଆମେ ଟିକସ କଟିଯିବ। ଆଗକୁ ଟୋଲ୍‌ ପ୍ଲାଜା ହଟାଇ କ୍ୟାମେରା ସବୁ ଲଗାଯିବ। ବର୍ତ୍ତମାନ ସୁଦ୍ଧା ଦେଶରେ ଟୋଲ୍‌ ଟିକସ ଫାଙ୍କି ପାଇଁ କୌଣସି ପ୍ରକାରର ଦଣ୍ଡ ବ୍ୟବସ୍ଥା ନାହିଁ। ଆଗାମୀ ଦିନରେ ଟୋଲ ଟ୍ୟାକ୍ସ ସଂଗ୍ରହ ପାଇଁ ଟେକ୍ନୋଲୋଜିର ବ୍ୟବହାର ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯିବ। ବର୍ତ୍ତମାନ ଜାତୀୟ ରାଜପଥରୁ ଟୋଲ୍‌ ପ୍ଲାଜାଗୁଡିକୁ ହଟାଇବା ଏବଂ ସେଠାରେ କ୍ୟାମେରା ଲଗାଇବା ପାଇଁ ଯୋଜନା ରହିଛି। ଟୋଲ୍‌ ଦେବା ପାଇଁଁ ଲୋକଙ୍କୁ ସେଠାରେ ଅଟକିବାକୁ ପଡିବନାହିଁ। ରାଜପଥରେ ଗାଡି ଚଲାଇବା ସମୟରେ କାର ସହିତ ଲିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟିକସ କଟାଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ,ବର୍ତ୍ତମାନ ଯଦି ଜଣେ ବ୍ୟକ୍ତି ଟୋଲ୍‌ ରାସ୍ତାରେ ୧୦ କିଲୋମିଟର ଦୂରତା ଯାତ୍ରା କରନ୍ତି, ତେବେ ତାଙ୍କୁ ୭୫ କିଲୋମିଟରର ଫି ଦେବାକୁ ପଡୁଛି, କିନ୍ତୁ ନୂତନ ବ୍ୟବସ୍ଥାରେ ତାଙ୍କୁ କେବଳ ଯାତ୍ରା କରୁଥିବା ଦୂରତା ପାଇଁ ଚାର୍ଜ ଦେବାକୁ ପଡିବ।

୨୦୧୯ରେ କରାଯାଇଥିବା ନୂଆ ନିୟମ ଅନୁଯାୟୀ, କାରଗୁଡିକ କମ୍ପାନୀ-ଫିଟ୍ ନମ୍ବର ପ୍ଲେଟ୍ ସହିତ ଆସିବ। ସେଥିପାଇଁ ଗତ ଚାରି ବର୍ଷ ମଧ୍ୟରେ ଆସିଥିବା ଯାନଗୁଡ଼ିକରେ ଭିନ୍ନ ନମ୍ବର ପ୍ଲେଟ୍ ରହିଛି। ବର୍ତ୍ତମାନ ରାଜପଥରେ ଲାଗିଥିବା କ୍ୟାମେରା ଏହି ନମ୍ବର ପ୍ଲେଟଗୁଡ଼ିକୁ ପଡିବ ଏବଂ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ୍ ସିଧାସଳଖ କଟାଯିବ। ୨୦୨୪ ପୂର୍ବରୁ ଦେଶରେ ୨୬ଟି ଗ୍ରୀନ୍‌ ଏକ୍ସପ୍ରେସ ୱେ ପ୍ରସ୍ତୁତ ହେବ। ସଡ଼କ ଦୃଷ୍ଟିରୁ ଭାରତ ଆମେରିକା ସହିତ ସମାନ ହେବ।

 

Show More

Related Articles

Back to top button