Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ରେମ୍‌ଡେସିଭିର୍ ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

ଦେଶରେ କରୋନାର ବର୍ଦ୍ଧିତ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଔଷଧ ରପ୍ତାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର । ଦେଶରେ ଉତ୍ପାଦନ ହେଉଥିବା ରେମେଡେସିଭିର୍ ଔଷଧକୁ ଅନ୍ୟ ଦେଶକୁ ରପ୍ତାନୀ ଉପରେ ରୋକ୍ ଲାଗିଛି । ସଂକ୍ରମଣ ସ୍ଥିତିରେ ସୁଧାର ନଆସିବା ଯାଏ ରପ୍ତାନୀ ବନ୍ଦ ନେଇ ଜାରି ହୋଇଛି ନିର୍ଦ୍ଦେଶନାମା । ଗୁରୁତର କରୋନା ରୋଗୀଙ୍କୁ ରେମଡେସିଭିର ଦିଆଯାଉଛି ।

ୱେବସାଇଟରେ ରେମେଡିସଭିରର ଷ୍ଟକ୍ ଏବଂ ବିତରକ ସମ୍ପର୍କରେ ସୂଚନା ଦେବାକୁ ସମସ୍ତ Domestic Manufacturersଙ୍କୁ ପରାମର୍ଶ ଦିଆଯାଇଛି । ଡ୍ରଗ୍ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀମାନଙ୍କୁ ଷ୍ଟକ୍ ଯାଞ୍ଚ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ରହିଛି । ଔଷଧ ନିରୀକ୍ଷକଙ୍କ ସହଯୋଗରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏହାର ସମୀକ୍ଷା କରିବେ । ରେମଡେସିଭିର୍ ଉତ୍ପାଦନ ବୃଦ୍ଧି ପାଇଁ Department of Pharmaceuticals ଘରୋଇ ଉତ୍ପାଦକ ବିଭାଗ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

Show More

Related Articles

Back to top button