Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଓଡ଼ିଶାକୁ କେନ୍ଦ୍ରର ୪୬୧ କୋଟିର ଆର୍ଥିକ ଅନୁଦାନ
ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୯ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନ । ୧୯ଟି ରାଜ୍ୟ ପାଇଁ ମୋଟ ୮ ହଜାର ୪୫୩ କୋଟି ଟଙ୍କା ରିଲିଜ କରିଛି କେନ୍ଦ୍ର । ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଭିତ୍ତିଭୂମି ପାଇଁ ୧୯ଟି ରାଜ୍ୟକୁ ଏହି ଅନୁଦାନ ଦିଆଯାଇଛି । ପଞ୍ଚଦଶ ଅର୍ଥ କମିଶନଙ୍କ ଅନୁମୋଦନ କ୍ରମେ ଏହି ଅନୁଦାନ ମିଳିଛି । ଏହି କ୍ରମରେ ଓଡ଼ିଶାକୁ ୪୬୧ କୋଟିରୁ ଅଧିକ ଟଙ୍କାର ଆର୍ଥିକ ଅନୁଦାନ ମିଳିଛି ।