ଓଡ଼ିଶାଦୁର୍ଘଟଣା

ଭାରସାମ୍ୟ ହରାଇ ବାଘମାରି ନିକଟରେ ଓଲଟିଲା ବସ୍,୧୨ ଆହତ

ଭାରସାମ୍ୟ ହରାଇ ବାଘମାରି ନିକଟରେ ଓଲଟିଲା ବସ୍ । ଏଭଳି ମର୍ମନ୍ତୁଦ ଦୂର୍ଘଟଣା ଖୋର୍ଦ୍ଧା ଜିଲ୍ଲାର ବାଘମାରି ନିକଟରେ ଘଟଇଛି । ଫଳରେ ୧୨ ଜଣ ଆହତ ହୋଇଥିବାବେଳେ ୨ ଜଣ ଅବସ୍ଥା ଗୁରୁତର ରହିଛି । ଖବର ପାଇଁ ଘଟଣାସ୍ଥଳରେ ବାଘମାରି ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଦୁର୍ଘଟଣାର ତଦନ୍ତ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ,ଆଜି ଭୋର ସମୟରେ ବଲାଙ୍ଗୀରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସ୍‌ଟି ‌ଭାରସାମ୍ୟ ହରାଇ ଖୋର୍ଦ୍ଧା ଜିଲ୍ଲାର ବାଘମାରି ନିକଟରେ ଓଲଟି ପଡିଥିଲା । ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ଫଳରେ  ୧୨ ଜଣ ଆହତ ହୋଇଥିବା ବେଳେ ୨ ଜଣ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୧୦ ଜଣଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ।

 

 

Show More

Related Articles

Back to top button