Breaking PLUSଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ପ୍ରେମିକାଠୁ ଧୋକା ଖାଇଲା ପରେ ଶେଷରେ ଜୀବନ ହାରିଲା ପ୍ରେମିକ

ନୂଆଦିଲ୍ଲୀ : ପ୍ରେମିକର ଜୀବନ ନେଇଗଲା ହ୍ୱାଟସଆପ୍ । ପ୍ରେମିକା ହ୍ୱାଟସଆପରେ ବ୍ଲକ କରିବାରୁ ସହିପାରିଲାନି ପ୍ରେମିକ । ହାରିଦେଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆମେରିକାରେ । ପ୍ରେମିକା ଜଣଙ୍କ ଭାରତରେ ରହୁଥିବା ବେଳେ ପ୍ରେମିକ ଆମେରିକାରେ ରହୁଥିଲେ । ଖବର ଅନୁସାରେ, ଗୁରୁଦାସପୁରର ଭୈନୀ ମିୟା ଖାନରେ ରହୁଥିଲେ ରେଶମ ସିଂ । ପ୍ରେମିକ ଜଣକ ୨୦୧୯ରେ ଚାକିରୀ ଆଶାରେ ଆମେରିକା ଚାଲିଯାଇଥିଲେ । ହେଲେ ତାଙ୍କ ପ୍ରେମିକା ଗାଁରେ ରହୁଥିଲେ । ଉଭୟ ଫୋନରେ ଅଧିକ ସମୟ ଧରି କଥାବାର୍ତ୍ତା କରନ୍ତି । ହ୍ୱାଟସଆପରେ ଚାଟ୍ କରନ୍ତି ଏବଂ ଭିଡିଓ କଲରେ ମଧ୍ୟ ପରସ୍ପର କଥା ହୁଅନ୍ତି । ଏପରିକି ପ୍ରେମିକ ରେଶମ ନିଜ ପ୍ରେମିକା ପାଇଁ ବିଦେଶରୁ ଟଙ୍କା ମଧ୍ୟ ପଠାଇଥାନ୍ତି । ରେଶମଙ୍କ ପରିବାରର କହିବାନୁସାରେ, ରେଶମ ନିଜ ପ୍ରେମିକାଙ୍କୁ କଲ୍ କରିଥିଲେ ଓ ଶୀଘ୍ର ଭାରତ ଆସି ବିବାହ କରିବେ ବୋଲି କହିଥିଲେ । ଏହି କଥା ଶୁଣି ଯୁବତୀଜଣଙ୍କ ଫୋନ୍ କାଟି ଦେଇଥିଲେ । ଏହାସହ ନମ୍ବରକୁ ବ୍ଲକ ମଧ୍ୟ କରିଦେଇଥିଲେ । ହ୍ୱାଟସଆପରେ ମଧ୍ୟ ରେଶମଙ୍କୁ ଯୁବତୀ ବ୍ଲକ୍ କରିଦେଇଥିଲେ । ଏଥିରେ ପ୍ରେମିକ ରେଶମ ଅତ୍ୟନ୍ତ ରାଗିଯାଇ ନିଜର ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସେଠାକା ପୋଲିସର ତଦନ୍ତ ଜାରି ରହିଛନ୍ତି । କିନ୍ତୁ ଯୁବତୀ ଜଣକ ଫୋନରେ ବ୍ଲକ୍ କରିବା ପରେ ପ୍ରେମିକ ଜଣକ ଠକେଇର ଶିକାର ହୋଇଥିଲେ ଏବଂ ସେ ଆତ୍ମହତ୍ୟା କରିଥିଲେ । ଘଟଣାରେ ଅଭିଯୁକ୍ତଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

Show More

Related Articles

Back to top button