Breaking PLUSଆଇନ କାନୁନଦୁର୍ଘଟଣା

ଘର ଭିତରୁ ଉଦ୍ଧାର ହେଲା ପରିବାରର ଛଅ ଜଣ ସଦସ୍ୟଙ୍କ ମୃତଦେହ

ଅମ୍ବାଲା: ଘର ଭିତରରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ। ପରିବାର ସବୁ ସଦସ୍ୟ ଗୁରୁବାର ରାତ୍ର ଭୋଜନ କରି ଶୋଇଥିବା ବେଳେ ଆଜି ସକାଳୁ ଆଉ ଉଠି ନାହାନ୍ତି । ହରିଆଣାର ଅମ୍ବାଲା ଅନ୍ତର୍ଗତ ବାଲାନା ଗାଁରେ ଏହି ଦୁଃଖଦ ମର୍ମାହତ ଘଟଣା ଘଟିଛି । ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ମୃତଦେହ ନିକଟରୁ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି। ଦୁଇ ଜଣ ଛୋଟ ପିଲାଙ୍କୁ ମିଶାଇ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଜବତ କରାଯାଇଛି। ପୁଲିସ୍ ଟିମ୍ ଘଟଣାସ୍ଥଳରୁ ସୁଇସାଇଡ ନୋଟ ଜବତ କରିଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି। ଗୁରୁବାର ରାତିରେ ପରିବାରର ସମସ୍ତ ସଦସ୍ୟ ଏକାଠି ରାତ୍ର ଭୋଜନ କରିଥିଲେ। ଏହାପରେ ସମସ୍ତେ ଶୋଇବାକୁ ଯାଇଥିଲେ। ଆଜି ଘରର ସବୁଠାରୁ ସାନ ଝିଅ ଆଶୁର ଜନ୍ମ ଦିନ ଥିଲା। ହେଲେ ସକାଳୁ ଘରର କୌଣସି ସଦସ୍ୟ ଉଠି ନଥିଲେ। ଦୀର୍ଘ ସମୟ ଧରି ଘରର ବନ୍ଦ ରହିବାରୁ ପଡ଼ୋଶୀମାନେ ସନ୍ଦେହ ପ୍ରକାଶ କରି ଡାକିବାକୁ ଯାଇଥିଲେ। ହେଲେ କୌଣସି ଉତ୍ତର ନ ମଳିବାରୁ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ମୃତକମାନେ ହେଲେ ସଙ୍ଗତ ରାମ(୬୫) ବର୍ଷ, ତାଙ୍କ ପତ୍ନୀ ମହିନ୍ଦ୍ରା କୌର, ପୁଅ ସୁଖବିନ୍ଦର ସିଂହ(୩୪) ବର୍ଷ, ତାଙ୍କ ପତ୍ନୀ ରୀନା, ସେମାନଙ୍କ ଦୁଇ ଝିଅ ଆଶୁ(୫) ବର୍ଷ ଓ ଜସି(୭) ବର୍ଷ। ପୁଲିସ୍‌ ସୁଇସାଇଡ ନୋଟ ଜବତ କରିଥିଲେ ମଧ୍ୟ ମୃତ୍ୟୁର କାରଣ ସମ୍ପର୍କରେ କିଛି ବି ସୂଚନା ମିଳିନାହିଁ।

Show More

Related Articles

Back to top button