Breaking PLUSଦେଶ ବିଦେଶମୁଖ୍ୟ ଖବର
ଇରାନ ରାଷ୍ଟ୍ରପତି ରଇସିଙ୍କ ମୃତଦେହ ଉଦ୍ଧାର

ତେହରାନ- ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ ଇରାନ ରାଷ୍ଟ୍ରପତି ରଇସିଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି। ରବିବାର ଇବ୍ରାହିମ ରଇସି ଏବଂ କେତେଜଣ ଇରାନ ଅଧିକାରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଏକ ଗ୍ରାମାଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରର ଆବର୍ଜନା ମିଳିବା ପରେ ଇରାନ ରାଷ୍ଟ୍ରପତି ରଇସିଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି।