ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଗାଧୁଆଘରୁ ଉଦ୍ଧାର ହେଲା ଖେଳ ଶିକ୍ଷୟତ୍ରୀଙ୍କ ଝୁଲନ୍ତା ମୃତଦେହ

ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ନିକଟରେ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମନ୍ଦିର ନିକଟସ୍ଥ ଏକ ବସ୍ତିର ଗାଧୁଆଘରୁ ଖେଳ ଶିକ୍ଷୟିତ୍ରୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ମୃତକ ଶିକ୍ଷୟିତ୍ରୀ ଜଣକ ହେଲେ  ପ୍ରିୟଙ୍କା ଜୈସ୍ୱାଲ । ସେ ତାଏକୋଣ୍ଡୋରେ ବ୍ଲାକ ବେଲ୍ଟ ହାସଲ କରି ରାଇରଙ୍ଗପୁରରେ କୋଚିଂ ଦେଉଥିଲେ । ତା ସହିତ ଏ ଅଞ୍ଚଳର ଏକ ବିଦ୍ୟାଳୟରେ ସେ ଖେଳ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ । ତେବେ ପରିବାର ଲୋକେ ଏହି ଘଟଣାକୁ ଆତ୍ମହତ୍ୟା ସନ୍ଦେହ କରୁଥିବାବେଳେ ପାରିପାର୍ଶ୍ୱିକ  ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୋରଡା ବିଧାୟକ ରାଜକିଶୋର ଦାସ ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଘଟଣାସ୍ଥଳକୁ ଯାଇ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେଇଛନ୍ତି ।

Show More

Related Articles

Back to top button