Breaking PLUSଅପରାଧଦୁର୍ଘଟଣାମୁଖ୍ୟ ଖବର

ମହୁଲ ଗଛରୁ ହଷ୍ଟେଲ ଛାତ୍ରର ଝୁଲନ୍ତା ମୃତ ଦେହ ଉଦ୍ଧାର

ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଅନୁଗୁଳ: ମହୁଲ ଗଛରୁ ହଷ୍ଟେଲରେ ରହୁଥିବା ଛାତ୍ରର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଏକ ଘରୋଇ ହଷ୍ଟେଲରେ ରହୁଥିବା ଛାତ୍ର ବିବେକା ସାହୁଙ୍କ ଏକ ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ସୂଚନା ଅନୁସାରେ, ଛେଣ୍ତିପଦା ଥାନା ବରପଦା ଗ୍ରାମର ଡିଲେଶ୍ୱର ସାହୁଙ୍କ ପୁଅ ବିବେକା ସାହୁ ବାପୁଜୀ କଲେଜରେ ଯୁକ୍ତ ଦୁଇରେ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ଥିଲେ ।  ଆଜି ହଷ୍ଟେଲ ପାଖ ଏକ ମହୁଲ ଗଛରୁ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button