ଦେଶଦେଶ ବିଦେଶ

ବିସ୍ପୋରଣରେ ଥରିଲା ଋଷର ବେଲଗୋରାଡ ଅଞ୍ଚଳ

ଋଷ ଗଣମାଧ୍ୟମ ଦେଲା ରିପୋର୍ଟ

ନୂଆଦିଲ୍ଲୀ :ଦୀର୍ଘ ଦିନ ଧରି ଜାରି ରହିଛି ୟୁକ୍ରେନ ଓ ଋଷ ଯୁଦ୍ଧ । ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି ।ଏହାରିମଧ୍ୟରେ ସମ୍ମୁଖକୁ ଆସିଛି ଏକ ବଡ ଖବର ।

ଋଷ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ,  ବେଲଗୋରୋଡରେ ଦୁଇଟି ଭୟଙ୍କର ବିସ୍ଫୋରଣ ହୋଇଛି । ବେଲଗୋରୋଡ ୟୁକ୍ରେନ ନିକଟରେ ରହିଛି । ଏହା ଖରକିଭରୁ ମାତ୍ର ୪୦ କିମି ଦୂରରେ ଅଛି । ୟୁକ୍ରେନ ସହ ଯୁଦ୍ଧ ବେଳେ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଋଷ ବେଲଗୋରୋଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା । ଏହି ସବୁ ସତ୍ତ୍ୱେ ବେଲଗୋରୋଡରେ ବିସ୍ଫୋରଣ ହୋଇଛି । ତେବେ ଏଥିରେ ୟୁକ୍ରେନର ସଂପୃକ୍ତି ଅଛି ନା ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

 

Show More

Related Articles

Back to top button