Breaking PLUSଦେଶମୁଖ୍ୟ ଖବରରାଜନୀତି

ବ୍ରଜରାଜନଗର ନିର୍ବାଚନର ପ୍ରାର୍ଥୀ ଘୋଷଣା କଲା ବିଜେପି

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଜେପି ପକ୍ଷରୁ ପ୍ରାର୍ଥୀ ହେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା । ରାଧାରାଣୀଙ୍କ ନାଁରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିଛି । ମେ ୩୧ରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ। ଗତକାଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ କିଶୋର ପଟେଲଙ୍କ ନାଁ ଘୋଷଣା କରିଥିଲା। ଏବେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ତାକୁ ନେଇ ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ଅନୁସାରେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ବିଜେଡିର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି।

 

Show More

Related Articles

Back to top button