ଆଜି ଦିନ 12ଟା30 ମିନିଟରେ ଘୋଷଣା ହେବ ବିହାର ବିଧାନସଭା ଓ ଓଡ଼ିଶା ଉପନିର୍ବାଚନର ତାରିଖ
ବିହାରରେ ବିଧାନସଭା ନିର୍ବାଚନ ନେଇ ଆଜି ଘୋଷଣା ହୋଇପାରେ ତାରିଖ। ଆଜି ଦିନ 12.30 ରେ ଭାରତୀୟ ନିର୍ବାଚନ କମିଶନ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି

ବିହାରରେ ବିଧାନସଭା ନିର୍ବାଚନ ନେଇ ଆଜି ଘୋଷଣା ହୋଇପାରେ ତାରିଖ। ଆଜି ଦିନ 12.30 ରେ ଭାରତୀୟ ନିର୍ବାଚନ କମିଶନ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ସୂତ୍ରରୁ ପ୍ରକାଶ ଯେ ବିହାରରେ ଚଳିତ ନିର୍ବାଚନ ତିନିଟି ପର୍ଯ୍ୟାୟରେ ହୋଇପାରେ । ଗତ ଥର ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଦୀପାବଳି ପୂର୍ବରୁ ସରକାର ଗଠନ ହୋଇପାରେ ।
ଏହି ବିଧାନସଭା ନିର୍ବାଚନ ଦେଶର ଗଣତାନ୍ତ୍ରିକ ଇତିହାସରେ ଭିନ୍ନ, ଅନନ୍ୟ ଏବଂ ଆହ୍ୱାନପୂର୍ଣ୍ଣ ହେବ। ସର୍ବପ୍ରଥମେ, କରୋନା ସଙ୍କଟ ଯୋଗୁଁ ସମସ୍ତ ବିରୋଧୀ ଦଳ ବିଧାନସଭା ନିର୍ବାଚନ କରିବାକୁ ବିରୋଧ କରିଥିଲେ, କିନ୍ତୁ ଯେତେବେଳେ ନିର୍ବାଚନ ଆୟୋଗ ଦୃଢ଼ ଭାବରେ କହିଥିଲେ ଯେ ନିର୍ବାଚନ ଠିକ୍ ସମୟରେ ହେବ, ସେତେବେଳେ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଥିଲେ।
କରୋନା ସଙ୍କଟ ମଧ୍ୟରେ ଦେଶରେ ଏହା ହେଉଛି ପ୍ରଥମ ନିର୍ବାଚନ, ତେଣୁ କୋଭିଡ ପ୍ରୋଟୋକଲ ଅନୁଯାୟୀ ନିର୍ବାଚନ ଆୟୋଗ ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମତଦାନ କେନ୍ଦ୍ର ସଂଖ୍ୟା ମଧ୍ୟ ଦେଢ଼ ଗୁଣରୁ ଅଧିକ ବୃଦ୍ଧି କରାଯାଇଛି। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଭୋଟରଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ମତଦାନ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି।
ସମସ୍ତ ମତଦାନ କେନ୍ଦ୍ରରେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବାକୁ ଭୋଟରଙ୍କୁ କୁହାଯାଇଛି। ବର୍ତ୍ତମାନ ର ନିର୍ବାଚନ ପ୍ରସ୍ତୁତି କୁ ଦେଖିଲେ ଏନଡିଏ ଆଗରେ ରହିଛି। ନିକଟରେ ମହାମେଣ୍ଟ ର ଅନେକ ନେତା ଏନଡିଏ ରେ ସାମିଲ ହୋଇଛନ୍ତି।