ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ,ଭକ୍ତଙ୍କ ଗହଳିରେ ଝୁଲି ଝୁଲି ଆସୁଛନ୍ତି ଶ୍ରୀ ଜଗନ୍ନାଥ

ଆଜି ବାହୁଡା ଯାତ୍ରା । ଜନ୍ମବେଦୀରୁ ଳୀଳୀଖେଳା ସାରି ବିଦାୟ ସମୟରେ ଶ୍ରୀଜିଉଙ୍କ ପହଣ୍ଡିବିଜେ ନୀତି ଆରମ୍ଭ ହୋଇଯାଇଛି ।  ୯ଦିନ ପରେ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧା ମୁରତି । ଏଥିପାଇଁ ସମସ୍ତ ନୀତି ନିର୍ଘଣ୍ଟ । ଶ୍ରୀକ୍ଷେତ୍ରରେ ଲାଗି ରହିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ଶଙ୍ଖ, ହୁଳହୁଳି ଏବଂ ଘଣ୍ଟଘଣ୍ଟାରେ ପୁରି ଉଠୁଛି ଶରଧାବାଲି ।

ସମସ୍ତ ରୀତିନୀତି ଅନୁଯାୟୀ ଶ୍ରୀଜୀଉ ମାନଙ୍କ ନୀତିକାନ୍ତି କରାଯିବା ପରେ ପ୍ରଥମେ ଧାଡ଼ି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ ପରେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥାରୂଢ଼ ହୋଇସାରିଛନ୍ତି । ବର୍ତ୍ତମାନ ଭକ୍ତଙ୍କ ଗହଳିରେ ଝୁଲି ଝୁଲି ଆସୁଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ।

ଧାଡି ପହଣ୍ଡିରେ ମହାପ୍ରଭୁ ନନ୍ଦିଘୋଷ ରଥରେ ବିଜେ କରିବେ । ରଥରେ ଶ୍ରୀଜୀଉ ମାନଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ଗଜପତି ମହାରାଜ ଛେରା ପହଁରା କରିବାର ପରମ୍ପରା ରହିଛି । ଗଜପତି ଛେରା ପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇ ପୋଡ଼ପିଠା ଭୋଗ ଲାଗିବା ପରେ ରଥଟଣା ଆରମ୍ଭ ହେବ ।

Show More

Related Articles

Back to top button