ଖେଳଦେଶ ବିଦେଶ

ଆରମ୍ଭ ହୋଇଗଲା ଏସିଆ କପ୍ ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ୍ ମ୍ୟାଚ

ଆରମ୍ଭ ହୋଇଗଲା ଏସିଆ କପ୍ ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ୍ ମ୍ୟାଚ । ଶ୍ରୀଲଙ୍କା-ପାକିସ୍ତାନ ମଧ୍ୟରେ ହେବ କଡା ଟକ୍କର । ପାକିସ୍ତାନ ଦୁଇଟି ଏବଂ ଶ୍ରୀଲଙ୍କା ୩ଟି ମ୍ୟାଚ୍ ଜିତିବା ପରେ ଉଭୟ ଫାଇନାଲକୁ ଆସିଛନ୍ତି ।  ଏସିଆ କପ୍ ଷଷ୍ଠ ଟାଇଟଲ୍ ଜିତିବା ଲକ୍ଷ୍ୟରେ ଶ୍ରୀଲଙ୍କା ମଇଦାନକୁ ଓହ୍ଲାଇଥିବାବେଳେ ୧୦ ବର୍ଷ ପରେ ଏସିଆ କପ୍ ଟାଇଟଲ୍ ହାତେଇବା ଲାଗି ପାକିସ୍ତାନ ଉଦ୍ୟମ କରିବ ।

ଭାରତୀୟ ସମୟ ଅନୁସାରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଏହି ମ୍ୟାଚ ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ଶ୍ରୀଲଙ୍କାର ଟିମ୍ ଏପର୍ଯ୍ୟନ୍ତ ଏସିଆ କପ୍‌ରେ ୫ ଥର ଚମ୍ପିଅନ୍ ହୋଇଥିବା ବେଳେ ପାକିସ୍ତାନ ୩ୟ ଥର ପାଇଁ ଟ୍ରଫି ହାତେଇବାକୁ ଉଦ୍ୟମ କରିବ। ଶ୍ରୀଲଙ୍କା ଦୁଇ ଦିନ ପୂର୍ବରୁ ସୁପର-୪ ମୁକାବିଲାରେ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା। ଚଳିତ ଟୁର୍ଣ୍ଣାମେଣ୍ଟରେ ଏକ ଲଜ୍ଜାଜନକ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଶ୍ରୀଲଙ୍କା ପରବର୍ତ୍ତୀ ପର୍ଯ୍ୟାୟରେ ଚମତ୍କାର ଖେଳ ପ୍ରଦର୍ଶନ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା । ଏପରିକି ଦଳ ସୁପର-୪ ରାଉଣ୍ଡ୍‌ରେ ସମସ୍ତ ମ୍ୟାଚ୍‌ ଜିତିଥିଲା ।

ସୂଚନା ଥାଉ, ୧୯୮୬ ଏବଂ ୨୦୧୪ରେ ଶ୍ରୀଲଙ୍କା ଏସିଆ କପ୍ ଫାଇନାଲରେ ପାକିସ୍ତାନ ବିପକ୍ଷରେ ଜିତିଥିବା ବେଳେ ୨୦୦୦ ମସିହାରେ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଜିତିଥିଲା। ପାକିସ୍ତାନ ଶ୍ରୀଲଙ୍କା ଏସିଆ କପ୍‌ରେ ମୋଟ ୫ ଥର ଚାମ୍ପିୟନ୍ ହୋଇଛି। ପାକିସ୍ତାନ ଦୁଇ ଥର ଏହି ଟ୍ରଫି ହାସଲ କରିଛି ।

 

 

Show More

Related Articles

Back to top button