ଏୟାର ଇଣ୍ଡିଆ ବିମାନ ୟୁକ୍ରେନ ଆସୁଥିବା ଅଭିମୁଖେ ଅଧାରୁ ଫେରିଗଲା ଦିଲ୍ଲୀକୁ
ଆଜି ସକାଳୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଦିଲ୍ଲୀରୁ ୟୁକ୍ରେନ ଅଭିମୁଖେ ଉଡ଼ାଣ କରିଥିଲେ।

ଆଜି ସକାଳୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଦିଲ୍ଲୀରୁ ୟୁକ୍ରେନ ଅଭିମୁଖେ ଉଡ଼ାଣ କରିଥିଲେ। ବିମାନଟି ଅଧା ବାଟରେ ଥିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଏହାପରେ ମସ୍କୋର ସୈନ୍ୟମାନେ କିଭ୍ ଉପରେ ହମଲା ମଧ୍ୟ ଆରମ୍ଭ କରିଦେଇଥିଲେ। ଏହି କାରଣରୁ ୟୁକ୍ରେନ ତା’ର ବାୟୁସୀମାକୁ ବନ୍ଦ କରି ଦେଇଛି। ଏପରି ସୂଚନା ଏୟାର ଇଣ୍ଡିଆ ବିମାନକୁ ମଝି ଆକାଶରେ ମିଳିଥିଲା। ଫଳରେ ବିମାନଟି ୟୁକ୍ରେନ ଯିବା ବଦଳରେ ପୁଣି ଦିଲ୍ଲୀକୁ ଫେରି ଆସିଛି। ବିମାନ ଉଡ଼ାଣ ୟୁକ୍ରେନ ବନ୍ଦ କରି ଦେଇଥିବାରୁ ସେଠାରେ ଫସି ରହିଥିବା ଭାରତୀୟମାନେ ସମସ୍ୟାରେ ପଡ଼ିଛନ୍ତି। ସେମାନେ କେମିତି ସ୍ୱଦେଶ ଫେରିବେ, ତା’କୁ ନେଇ ଚିନ୍ତାରେ ରହିଛନ୍ତି।
ରୁଷ ଓ ୟୁକ୍ରେନ ମଧ୍ୟରେ ବିବାଦ ଆରମ୍ଭ ହେବା ଦିନଠାରୁ ଭାରତ ସରକାର ସେଠାରେ ରହୁଥିବା ଭାରତୀୟ ନାଗରିକ ଓ ଶିକ୍ଷାର୍ଥୀଙ୍କୁ ତୁରନ୍ତ ସ୍ୱଦେଶକୁ ଫେରି ଆସିବାକୁ ପରାମର୍ଶ ଦେଇ ଚାଲିଛନ୍ତି। ଏପରି କି ଦୁଇଟି ଦଫାରେ ଭାରତ ସରକାର ଶତାଧିକ ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ମଧ୍ୟ ଆଣିଥିଲେ। ପ୍ରଥମ ଦଫାରେ ୨୪୨ ଜଣ ଓ କାଲି ରାତିରେ ଆଉ ୧୮୨ ଜଣ ଭାରତୀୟ ଦିଲ୍ଲୀ ଫେରିଛନ୍ତି। ଦିଲ୍ଲୀ ଫେରିବା ପରେ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇ ଦିଆଯାଇଛି । ରୁଷ୍ ଓ ୟୁକ୍ରେନ୍ ଯୁଦ୍ଧ ଲାଗିବା ଆଶଙ୍କାରେ ସ୍ୱଦେଶ ଫେରିଆସିବା ଲାଗି ଓଡ଼ିଆଙ୍କ ସମେତ ହଜାର ହଜାର ଭାରତୀୟ ୟୁକ୍ରେନ୍ ବିମାନ ବନ୍ଦରରେ ଅପେକ୍ଷାରେ ଅଛନ୍ତି। । ଘରେ ପିତାମାତା ଓ ଅଭିଭାବକ ସେମାନଙ୍କ ଫେରିବା ପଥକୁ ଚାହିଁ ବସିଛନ୍ତି।