Breaking PLUSଓଡ଼ିଶାମୁଖ୍ୟ ଖବର

ନଭେମ୍ବର ୨ରୁ ଖୋଲିବ ଏମ୍ସ ଓପିଡି ସେବା

କରୋନା ସଂକ୍ରମଣ ପାଇଁ ଗତ ଜୁଲାଇ ୧୦ ରୁ ବନ୍ଦ ରହିଥିବା ଏମସ ଓପିଡି ବା ବର୍ହିବିଭାଗ ଖୋଲିବାକୁ ଯାଉଛି । ଆସନ୍ତା ନଭେମ୍ବର ୨ ରୁ ସପ୍ତାହ ପର୍ଯ୍ୟନ୍ତ ସବୁ ବିଭାଗର ସର୍ବାଧିକ ୩୦ ଜଣ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ । ତେବେ ୯ ତାରିଖ ଠାରୁ ଏହା ବୃଦ୍ଧି ପାଇବ । ସବୁ ବିଭାଗରେ ଦୈନିକ ୫୦ ଜଣ ରୋଗୀଙ୍କୁ ଓପିଡି ସୁବିଧା ଦିଆଯିବ ବୋଲି ଏମସ ପକ୍ଷରୁ ସୂଚନା ଦିଆଯାଇଛି

କରୋନା ସଂକ୍ରମଣ ପାଇଁ ଗତ ଜୁଲାଇ ୧୦ ରୁ ବନ୍ଦ ରହିଥିବା ଏମସ ଓପିଡି ବା ବର୍ହିବିଭାଗ ଖୋଲିବାକୁ ଯାଉଛି । ଆସନ୍ତା ନଭେମ୍ବର ୨ ରୁ ସପ୍ତାହ ପର୍ଯ୍ୟନ୍ତ ସବୁ ବିଭାଗର ସର୍ବାଧିକ ୩୦ ଜଣ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ । ତେବେ ୯ ତାରିଖ ଠାରୁ ଏହା ବୃଦ୍ଧି ପାଇବ । ସବୁ ବିଭାଗରେ ଦୈନିକ ୫୦ ଜଣ ରୋଗୀଙ୍କୁ ଓପିଡି ସୁବିଧା ଦିଆଯିବ ବୋଲି ଏମସ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଦେଖା ଦେବା ପରେ ଜୁଲାଇ ମାସରେ ଏହାର ଓପିଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ ଏମସ କର୍ତ୍ତୃପକ୍ଷ । ତେବେ ଡେ କେୟାର ସେବା ସହିତ ରେଡିଓଥେରାପି, ଡାଏଲିସିସ, ଟ୍ରମା, ଜରୁରୀକାଳୀନ ସେବା ସହିତ ଆଇପିଡି ସେବା ଜାରି ରହିଥିଲା । ଏହା ସହ ଏମସର ସ୍ୱାସ୍ଥ୍ୟ ଆପ ଓ ଟେଲି ମେଡିସିନ ଜରିଆରେ ରୋଗୀମାନଙ୍କୁ ସେବା ଯୋଗାଇ ଦିଆଯାଉଥିଲା । ତେବେ ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଛି । ତେଣୁ ଓପିଡି ସେବାକୁ ପୁନର୍ବାର ଖୋଲିବା ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଯେଉଁ ରୋଗୀମାନେ ପୂର୍ବରୁ ଟେଲି ମେଡିିସିନ ଓ ସ୍ୱାସ୍ଥ୍ୟ ଆପ ଜରିଆରେ ସେବା ପାଉଥିଲେ ତାହା ଜାରି ରହିବ ବୋଲି କୁହାଯାଇଛି ।

Show More

Related Articles

Back to top button