ଓଡ଼ିଆ ଗଳ୍ପଓଡ଼ିଶାସ୍ୱତନ୍ତ୍ର
ଠିକଣା ଅଜଣା,,,,,,,,,

ପଛକୁ ଫେରି ମୁଁ ଚାହିଁଦେଲି ଯେବେ
ଦେଖିଲି ମୋ ପାଦଚିହ୍ନ
ସାଥିରେ ନଥିଲେ କେହି ହେଲେ ଜଣେ
ନଥିଲା ବି ଚିହ୍ନବର୍ଣ,
ସ୍ମୁତି ତଳୁ ଖୋଯେ ଅଭୁଲା ସ୍ମୁତିକୁ
ଇତି ତ ହୋଇଛି ସବୁ
ପାଉଁସ ତଳରୁ କି ଅବା ପାଇବି
ପାଶୋରା କାହାଣୀ ସବୁ,
ଯେତେ ଖୋଜିଲେ ବି ଦୂର ଦିଗନ୍ତରେ
ସବୁ ଗଳ୍ପ ପରି ଲାଗେ
ଅଳ୍ପ ଅଳ୍ପ ଆମ ଗଳ୍ପ ଥିଲା ବୋଧେ
ଆଜିତ ସମାଧି ମାଗେ,
ଅମାବସ୍ୟା ପରି ଦିନ ମୋର ବିତେ
ପୂର୍ଣ୍ଣିମା ମୁଁ ଦେଖିନାହିଁ
ସ୍ବପ୍ନ ସରିଯାଏ,ରାତି ପାହିଯାଏ
ଏ ପ୍ରତିକ୍ଷା କାହାପାଇଁ?
ଆଗକୁ ଯାଏ ମୁଁ ଅଜଣା ବାଟୋଇ
ଅଜଣା ଠିକଣା ନେଇ
କାଳେ ମିଳିଯିବ ହଜିଲା ସ୍ମୁତିରୁ
ବୋଧେ କିଛି କ୍ଷଣ ପାଇଁ ????
।।ପ୍ରଶାନ୍ତ ପତି।।ଜଗତସିଂହପୁର।