
ପିପିଲି: ଡେଲାଙ୍ଗ ଥାନାରୁ ଅଭିଯୁକ୍ତ ଚମ୍ପଟ । ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରୁ ଗତ କାଲି ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବାବେଳେ ଜଣେ ମହିଳା ଏଏସ୍ଆଇ ଓ ମହିଳା କନେଷ୍ଟବଳଙ୍କୁ ନିଜ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣ ତରାବୋଇ ଗ୍ରାମରେ ମେଲଣ ଚାଲିଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ କାଳିଆ ନାମକ ଜଣେ ବ୍ୟକ୍ତିକୁ ଡେ଼ଲାଙ୍ଗ ପୋଲିସ୍ ଗିରଫ କରି ଥାନାରେ ଅଟକ ରଖିଥିବା ବେଳେ ଗତ କାଲି ସନ୍ଧ୍ୟା ସମୟରେ ସେ ଫେରାର ହୋଇଯାଇଥିଲା।
କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଡେ଼ଲାଙ୍ଗ ଥାନାର କାର୍ଯ୍ୟରତ ମହିଳା ଏଏସ୍ଆଇ ପଦ୍ମିନୀ ସାହୁ ଓ ମହିଳା କନେଷ୍ଟବଳ ରୋଜାଲିଆ ବାକ୍ଲାଙ୍କୁ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।