ଓଡ଼ିଶା
ଶ୍ରୀମନ୍ଦିରରେ ପାର୍ଶ୍ୱପରିବର୍ତ୍ତନ ଏକାଦଶୀ ନୀତି ପାଳିତ

ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ମଙ୍ଗଳବାର । ଶ୍ରୀମନ୍ଦିରରେ ପାର୍ଶ୍ୱପରିବର୍ତ୍ତନ ଏକାଦଶୀ ନୀତି ପାଳିତ ହେବ । ଏଥିପାଇଁ ଶ୍ରୀଜିଉଙ୍କୁ ସକାଳ ଧୂପ ଓ ଭୋଗମଣ୍ଡପ ପରେ ମହାସ୍ନାନ କରାଯାଇ ନୂଆଲୁଗା ଲାଗି ହେବା ସହ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯିବ ।
ଏହାପରେ ସନ୍ଧ୍ୟା ଆଳତି ବଢ଼ି ଏକାଦଶୀ ବେଢ଼ାକୁ ମଦନମୋହନ ବିଜେ କରିବେ । ମଦନମୋହନ ବଡ଼ଦେଉଳକୁ ବେଢ଼ାଏ ବୁଲି ବଟମୂଳେ ବିଜେ ହେବେ । ଜୟବିଜୟ ଦ୍ୱାରଠାରେ ଏକାଦଶୀ ଭୋଗ ବନ୍ଦାପନା ହୋଇ ଠାକୁରେ ଦକ୍ଷିଣି ଘରକୁ ବିଜେ କରିବେ ।