Breaking PLUSଓଡ଼ିଶାମୁଖ୍ୟ ଖବର

ବିପିୟୁଟିର ୧୧ତମ ସମାବର୍ତ୍ତନ ଉତ୍ସବ

ଆଜି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ଉତ୍ସବ ଉଦଘାଟିତ ହୋଇଛି । ଉକ୍ତ ସମାବର୍ତ୍ତନ ସମାରୋହ ସଭାରେ ଓଡ଼ିଶାର ରାଜ୍ୟପାଳ ଏବଂ ବିଶ୍ୱବିଦ୍ୟାଳୟର କୁଳାଧିପତି ଡ଼ ହରିବାବୁ କାମ୍ବମପତି ଅଧ୍ୟକ୍ଷତା କରିବା ସହିତ ଏହାକୁ ଶୁଭାରମ୍ଭ କରିଛନ୍ତି । ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଡ଼ିଆରଡ଼ିଓ ନିର୍ଦ୍ଦେଶକ ଡ଼କ୍ଟର ବିନୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ୟୁଜି, ପିଜି ଏବଂ ପିଏଚଡ଼ି ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ୟୂୁଜି ଏବଂ ପିଜି କାର୍ଯ୍ୟକ୍ରମ ପାଇଁ ୨୦୨୩-୨୪ ପର୍ଯ୍ୟନ୍ତ ମୋଟ ୨୯୨୮୩ ପ୍ରମାଣପତ୍ର ବଣ୍ଟାଯାଇଛି

Show More

Related Articles

Back to top button