Breaking PLUSଓଡ଼ିଶାମୁଖ୍ୟ ଖବର
କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଲୋକଙ୍କୁ ଚୁନା ଲଗାଉଥିବା ଠକକୁ ବାନ୍ଧିଲା ପୁଲିସ

କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଲୋକଙ୍କୁ ଚୁନା ଲଗାଉଥିବା ଠକକୁ ବାନ୍ଧିଛି ପୁଲିସ। ଚାକିରି ଓ ବଦଳି କରାଇବାକୁ କହି କୋଟି କୋଟି ଟଙ୍କା ଠକେଇ କରୁଥିଲା ଅଭିଯୁକ୍ତ। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ଠକ ରାହୁଲ ସାହୁଙ୍କୁ ଲୋକମାନେ ପୁଲିସ ଜିମା ଦେଇଛନ୍ତି। ରାହୁଲଙ୍କୁ ଅଟକ ରଖି ପଚରାଉଚରା କରୁଛି କ୍ୟାପିଟାଲ ଥାନା ପୁଲିସ। କାହାକୁ ଚାକିରି ତ କାହାକୁ ବଦଳି ଏବଂ ପେଟ୍ରୋଲ ପମ୍ପ କରାଇବାକୁ କହି ଠକୁଥିଲା ରାହୁଲ। ଶେଷରେ ହୋଟେଲ ରୁମ ଭିତରେ ଠକ ରାହୁଲକୁ ଲୋକମାନେ ମାଡି ବସି ପୁଲିସରେ ଖବର ଦେଇଥିଲେ।