
ଇସଲାମାବାଦ- ପାକିସ୍ତାନର ମିୟାନୱାଲିରେ ସେନା ଏୟାରବେସ ଉପରେ ଶନିବାର ସକାଳେ ଆକ୍ରମଣ କରିଥିବା 3ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ନିହତ କରିଛନ୍ତି । ଗଣମାଧ୍ୟମର ସୂଚନା ମୁତାବକ 6ଜଣ ଆତଙ୍କବାଦୀ ସେନା ଏୟାରବେସ୍ ଉପରେ ଆକ୍ରମଣ କରିଥିଲେ । ତେବେ ଏୟାରବେସ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା 3ଜଣ ଆତଙ୍କବାଦୀକୁ ନିହତ କରି ପୂରା ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଘେରାବନ୍ଦୀ କରି ରଖିଛନ୍ତି ।
ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ତିନୋଟି ଗ୍ରାଉଣ୍ଡ ଯୁଦ୍ଧ ବିମାନ ଓ ଗୋଟିଏ ଇନ୍ଧନ ଟ୍ୟାଙ୍କର ନଷ୍ଟ ହୋଇଛି । ଏହି ଅଞ୍ଚଳକୁ ଖାଲି କରିବା ଅଭିଯାନ ଆରମ୍ଭ ହୋଇଛି । ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି ।