ଓଡ଼ିଶାପାଣିପାଗ

ଗଜପତିରେ ଭୟଙ୍କର ଭୁସ୍ଖଳନ

୨ ଦିନ ଲଗାଣ ବର୍ଷା ଯୋଗୁ ଗଜପତି ଜିଲା ନୂଆଗଡ଼ ଅନ୍ତର୍ଗତ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗାଁରେ ଭୂସ୍ଖଳନ । ପାହାଡ଼ ଉପରୁ ମାଟି ଅତଡ଼ା ଖସି ଧସିଲା ପାହାଡ଼ । ଫଳରେ ୫ବାଇକ୍ ମାଟିରେ ପୋତିହୋଇ ନଷ୍ଟ ହୋଇଥିବା ସୂଚନା ମିଳିଛି । କିନ୍ତୁ ଧନ , ଜୀବନ ନଷ୍ଟ ହୋଇନଥିବା ବେଳେ ଜଣେ ବ୍ୟକ୍ତିଙ୍କ ଘର ଭାସିଯାଇଛି । ଘଟଣାସ୍ଥଳରେ ପହଞ୍ଚି ରନ୍ଧା ଖାଦ୍ୟ ଯୋଗାଇବା ସହ ସ୍ଥିତି ଅନୁଧ୍ୟାନ କଲେ ପୋଲିସ, ତହସିଲଦାର ଏବଂ ବ୍ଲକ କର୍ମଚାରୀ ।

ନୂଆଗଡ ବ୍ଲକର ଦୁର୍ଗମ ୬ଟି ପଞ୍ଚାୟତ ପରିମଳ, ଉଦୟପୁର, ସମ୍ବଲପୁର, କିରାମା, ଅନୁଗୁରୁ ଓ ସୁନ୍ଦରଡାଙ୍ଗ ପଞ୍ଚାୟତରେ ଯୋଗାଯୋଗ ବ୍ୟାହତ ହୋଇଛି। ଫଳରେ ଯାତ୍ରୀବାହୀ ଯାନବାହାନ ଯାତାୟାତ ମଧ୍ୟ ବନ୍ଦ ରହିଛି।

ସେପଟେ ବର୍ଷାର ପ୍ରଭାବରେ ମାଲକାନଗିରିରେ ଚିନା ଗୋଦାବରୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ନଦୀ ଜଳ ବୃଦ୍ଧି ପାଇବାରୁ କୋୟୁର ଠାରେ ବନ୍ୟା ପରିସ୍ଥିତି ଉପୁଜିଛି । ଏପରିକି ମୋଟୁ ଓ ଚିନ୍ତୁର ମଧ୍ୟରେ ରାଜପଥ ଉପରେ ବନ୍ୟା ଜଳ ପ୍ରବାହିତ ହୋଇଛି । ଏହି କାରଣରୁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଛି ।

Show More

Related Articles

Back to top button