ଦୁର୍ଘଟଣାଦେଶମୁଖ୍ୟ ଖବର

ଆନ୍ଧ୍ରପ୍ରଦେଶ କାଗଜ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ,୩ଜୀବନ୍ତ ଦଗ୍ଧ

ଆନ୍ଧ୍ରପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ । ଆନ୍ଧ୍ରପ୍ରଦେଶ ଚିତ୍ତୋର ସହରର ରାଙ୍ଗାଚାରି ନିକଟରେ ଥିବା ଏକ କାଗଜ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଭଳି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଚିଥିବା କୁହାଯାଉଥିବାବେଳେ ୩ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ରହିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଧିକ ଖବର ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଚିତ୍ତୋର ସହରର ରାଙ୍ଗାଚାରି ନିକଟରେ ଥିବା ଏକ କାଗଜ ତିଆରି କାରଖାନାରେ ହଠାତ୍‌ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ସମୟରେ କାରଖାନାର ମ୍ୟାନେଜରଙ୍କ ସମେତ ତାଙ୍କ ପୁଅ ଏବଂ ଜଣେ କର୍ମଚାରୀ ଉପସ୍ଥିତ ରହିଥିଲେ । ଫଳରେ ୩ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକମାନେ ହେଲେ କମ୍ପାନୀ ମାଲିକ ଭାସ୍କର(୬୫), ତାଙ୍କ ପୁଅ ଡେଲ୍ଲିବାବୁ, ଏବଂ ବାଲାଜୀ(୨୫) ବୋଲି ଜଣାପଡିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଚିତ୍ତୋର ଟାଉନଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

Show More

Related Articles

Back to top button