
ଆଜିକାଲି ବେଶ୍ ଚର୍ଚ୍ଚାରେ ରହିଛନ୍ତି ଇଣ୍ଡଷ୍ଟ୍ରିର ହଟ କପଲ ତେଜସ୍ୱୀ ପ୍ରକାଶ ଓ କରନ କୁନ୍ଦ୍ରା । ଦୁଇଜଣଙ୍କ ସିଜଲିଂ କେମେଷ୍ଟ୍ରିକୁ ପ୍ରଶଂସକ ଅନେକ ପ୍ରଶଂସା କରୁଥିବାବେଳେ ଦୁଇଜଣଙ୍କ ବ୍ରେକଅପ୍ କଥା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ତେଜସ୍ବୀଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରୁ ଜଣାପଡ଼ିଛି।
ତେଜସ୍ୱୀ ପ୍ରକାଶ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ନିକଟରେ ଟିଭି ତାରକା ଏକ ପୋଷ୍ଟ ସେୟାର କରିଥିଲେ, ଯାହାକୁ ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଅଭିନେତ୍ରୀ ତାଙ୍କ ପ୍ରେମିକ କରନଙ୍କ ସହିତ ବ୍ରେକଅପ୍ କରିଛନ୍ତି କି?
‘ନାଗିନ’ ଅଭିନେତ୍ରୀ ଏକ ଇନଷ୍ଟା ଷ୍ଟୋରିରେ ନିଜର ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ଲେଖା ଅଛି, ”ମୁଁ ବ୍ରେଅପ୍ କରିଦେଇଛି କାରଣ ମୁଁ ନାଚୁଥିଲି।” ଫଟୋରେ ଏହା ଦେଖିବାକୁ ମିଳୁଛି ଯେ ଅଭିନେତ୍ରୀ ଏକ ପ୍ରିଣ୍ଟ ଡ୍ରେସରେ ପିନ୍ଧିଥିବାର। ତେଜସ୍ୱୀଙ୍କ ଏହି ପୋଷ୍ଟରେ ବର୍ତ୍ତମାନ ଫ୍ୟାନ୍ସଙ୍କ କମେଣ୍ଟ ମଧ୍ୟ ବେଶ୍ ଦେଖିବାକୁ ମିଳୁଛି । ହେଲେ ତେଜସ୍ୱୀଙ୍କ ଏହି ପୋଷ୍ଟ ଦେଖି ଲାଗୁଛି ସେ ମଜାକରେ ଏହାକୁ ସେୟାର କରିଛନ୍ତି।