ଦେଶସ୍ୱତନ୍ତ୍ର

ସାମ୍ନାକୁ ଆସିଲା ‘ଇଣ୍ଡିଆ ଲକଡାଉନ’ର ଟିଜର

ସାମ୍ନାକୁ ଆସିଲା ‘ଇଣ୍ଡିଆ ଲକଡାଉନ’ର ଟିଜର । ମଙ୍ଗଳବାର ରିଲିଜ୍‌ ହୋଇଛି ବଲିଉଡ୍‌ର ବେଶ୍‌ ଜଣାଶୁଣା ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଇଣ୍ଡିଆ ଲକଡାଉନ’ର ଟିଜର । ଏହି ଫିଲ୍ମଟିି କରୋନା ମହାମାରୀ ସମୟରେ ଦେଶର ସବୁଠାରୁ ଖରାପ ପରିସ୍ଥିତିର କାହାଣୀ ଉପରେ ଆଧାରିତ ।

ଏହି ଫିଲ୍ମର ଟିଜର ଅତ୍ୟନ୍ତ ଭୟଙ୍କର ହୋଇଛି। ଲକ୍‌ଡାଉନ୍‌ ଉପରେ ନିର୍ମିିତ ହୋଇଥିବା ଏହି ଫିଲ୍ମକୁ ଦେଖିଲେ ଯାକାହାର ବି ଲୋମଟାଙ୍କୁରି ଉଠିବ।ଭାରତ ବନ୍ଦ ପରେ ଜନାସାଧାରଣ ଚାଲି ଚାଲି ନିଜ ଘରକୁ ଫେରିବା ଏବଂ ଜୀବିକା ଅନ୍ବେଷଣରେ ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳିଛି। ଟିଜରର ଆରମ୍ଭରୁ ଅଭିନେତା ପ୍ରତୀକ ବବ୍ବର ଜଣେ ଶ୍ରମିକ ଭୂମିକାରେ ନଜର ଆସିଛନ୍ତି।

ଏଥିସହ ଡାକ୍ତରଙ୍କୁ ପିପିଇ କିଟ୍‌ ପିନ୍ଧି ରୋଗୀମାନଙ୍କୁ ଚିକିତ୍ସା କରୁଥିବା ସମୟର ଦୃଶ୍ୟକୁ ଦେଖିଲେ ସେହି ସମୟର କଥା ମନେପଡ଼ିଯାଉଛି।ଏହି ଟିଜର କରୋନା ମହାମାରୀ ସମୟରେ ମିଳିଥିବା ସମସ୍ତ କ୍ଷତକୁ ପୁଣି ଥରେ ସତେଜ କରିଛି। ୨୦୨୦ ମାର୍ଚ୍ଚ ୨୦ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ସେତେବେଳେ ପରିସ୍ଥିତି ବହୁ ଜଟିଳ ହୋଇପଡ଼ିଥିଲା।

ଏହି ଫିଲ୍ମ ଚଳିତ ବର୍ଷ ଡିସେମ୍ବର ୨ରେ ଓଟିଟି ପ୍ଲାଟଫର୍ମରେ ଜି-ଫାଇଭ୍‌ରେ ରିଲିଜ୍‌ ହେବ। କିଛି ଦିନ ପୂର୍ବରୁ ନିର୍ମାତା ଏହି ଫିଲ୍ମର ପ୍ରଥମ ପୋଷ୍ଟର ଜାରି କରିଥିଲେ। ଏଥିରେ ଅଭିନେତା ପ୍ରତୀକ ବବ୍ବର ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ଆହାନା କୁମାର, ଶ୍ୱେତା ବସୁ ପ୍ରସାଦଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Show More

Related Articles

Back to top button