ଓଡ଼ିଶାଖେଳଦେଶମୁଖ୍ୟ ଖବର

ଟି-୨୦ ବିଶ୍ୱକପର ପ୍ରଥମ ଅଭ୍ୟାସ ମ୍ୟାଚ୍‌କୁ ଜିତିଛି ଟିମ୍‌ ଇଣ୍ଡିଆ

ବ୍ରିସବେନ: ଟି-୨୦ ବିଶ୍ୱକପର ପ୍ରଥମ ଅଭ୍ୟାସ ମ୍ୟାଚ୍‌କୁ ବେଶ ନାଟକୀୟ ଢଙ୍ଗରେ ଜିତିଛି ଟିମ୍‌ ଇଣ୍ଡିଆ। ବିଶ୍ୱକପର ଆୟୋଜକ ଦଳ ଅଷ୍ଟ୍ରେଲିଆକୁ ରୋହିତ ସେନା ୬ ରନରେ ହରାଇ ଦମଦାର ଆରମ୍ଭ ପାଇଛି। ଶେଷ ଓଭରରେ ମହମ୍ମଦ ଶାମିଙ୍କ ସର୍ପାଇଜ୍‌ ଏଣ୍ଟ୍ରି ସାଙ୍ଗକୁ ୪ ବଲରେ ୩ ୱିକେଟ ଦଖଲ ପୂରା ଅଭ୍ୟାସର ମୁଖ୍ୟ ଆକର୍ଷଣ ରହିଥିଲା। ଏଥିସହ ବିରାଟଙ୍କ କୋହିଳଙ୍କ ଗୋଟିଏ ରନ ଆଉଟ ଓ ଶେଷ ଓଭର୍‌ରେ ୱାନ ହାଣ୍ଡେଡ କ୍ୟାଚ୍‌ ମଧ୍ୟ ଫ୍ୟାନ୍ସଙ୍କ ମନ ଜିଣିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଓପନର କେଏଲ ରାହୁଲଙ୍କ ୩୩ ବଲରେ ୫୭ ଓ ମଧ୍ୟକ୍ରମରେ ସୂର୍ଯ୍ୟ କୁମାରଙ୍କ ୫୦ ରନ ବଳରେ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୮୬ ରନ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୧୪, ବିରାଟ କୋହଲି ୧୯, ହାର୍ଦ୍ଦିକ ପାଣ୍ଡ୍ୟା ୨, ଦୀନେଶ କାର୍ତ୍ତିକ ୧୪ ବଲରେ ୨୦, ଅକ୍ଷର ପଟେଲ ଅପରାଜିତ ୬ ଓ ରବି ଅଶ୍ୱିନ ୨ ବଲରେ ୬ ରନ କରିଛନ୍ତି। ୧୮୭ ରନର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆର ଦୁଇ ଓପନର ଆରୋନ ଫିଞ୍ଚ ଓ ମିଚେଲ ମାର୍ଶ ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ପାୱାର ପ୍ଲେର ଫାଇଦା ଉଠାଇ ୫.୪ ଓଭର୍‌ ସୁଦ୍ଧା ଦଳୀୟ ସ୍କୋରକୁ ୬୪ରେ ପହଞ୍ଚାଇ ଦେଇଥିଲେ। ତେବେ ଏହି ସମୟରେ ଭୁବନେଶ୍ୱର କୁମାର ୧୮ ବଲରେ ୩୫ ରନ କରିଥିବା ମାର୍ଶଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। କିନ୍ତୁ ଫିଞ୍ଚ ପ୍ରଥମେ ଷ୍ଟିଭ ସ୍ମିଥ(୧୧) ଓ ପରେ ଗ୍ଲେନ ମ୍ୟାକ୍ସୱେଲ(୨୩)ଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୧୭୧ ଥିବା ବେଳେ ଇନିଂସର ୧୯ତମ ଓଭରରେ ଫିଞ୍ଚ ୭୬ ରନ କରି ହର୍ଷଲ ପଟେଲଙ୍କ ବଲରେ କ୍ଲିନବୋଲ୍ଡ ହୋଇଥିଲେ। ଏହାପୂର୍ବରୁ ଅର୍ଶଦୀପ ସିଂହ ୭ ରନ କରିଥିବା ମାର୍କସ ଷ୍ଟୋଇନିସ, ମ୍ୟାକ୍ସୱେଲଙ୍କୁ ଭୁବନେଶ୍ୱର କୁମାର ଓ ସ୍ମିଥଙ୍କୁ ୟୁଜି ଚହଲ ଆଉଟ କରିଥିଲେ। ୧୯ତମ ଓଭରର ପ୍ରଥମ ବଲରେ ଫିଞ୍ଚ ଆଉଟ ହୋଇଥିବା ବେଳେ ଦ୍ୱିତୀୟ ବଲରେ ଟିମ୍‌ ଡାଭିଡ(୫)ଙ୍କୁ ବିରାଟ ରନ ଆଉଟ କରିଥିଲେ। ଡାଭିଡ ୧ ରନ ଚୋରାଇବାକୁ ଚେଷ୍ଟା କରୁଥିବା ବେଳେ ଶଟ ମିଡ୍‌ ୱିକେଟରେ ଫିଲ୍ଡିଂ କରୁଥିବା ବିରାଟ ଗୋଟିଏ ହାତରେ ସିଧା ଷ୍ଟମ୍ପକୁ ବଲ ମାଡ଼ କରିଥିଲେ। ଫଳରେ ଡାଭିଡଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା।

Show More

Related Articles

Back to top button