ଓଡ଼ିଶାସ୍ୱତନ୍ତ୍ର

ସୁଇସାଇଡ ନୋଟ୍ ଲେଖି ଶିକ୍ଷକଙ୍କ ଆତ୍ମହତ୍ୟା

ସୁଇସାଇଡ ନୋଟ୍ ଲେଖି ଶିକ୍ଷକଙ୍କ ଆତ୍ମହତ୍ୟା । ଏପରି ଘଟଣା ଦେଖିବାକୁ ମିଳିଛି ବେଗୁନିଆ ଥାନା ନିକଟସ୍ଥ ନୂଆସାହିରେ ।

ସୂଚନା ଅନୁଯାୟୀ, ବେଗୁନିଆ ଥାନା ନିକଟସ୍ଥ ନୂଆସାହିରେ ରହୁଥିବା ଶିକ୍ଷକ ଅମରନାଥ ସେଠୀ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ଲାଗିଥିବା ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ମାନସିକ ଭାରସାମ୍ୟ ହରାଇ ଏପରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ତାଙ୍କ ନିକଟରୁ ଏକ ସୁଇସାଇଡ ନୋଟ୍ ଜବତ ହୋଇଛି ।ଉକ୍ତ ସୁଇସାଇଡ ନୋଟରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଉଲ୍ଲେଖ ଅଛି ।

ତେବେ ସେ ବାଣପୁର ବ୍ଲକରେ ଶିକ୍ଷକତା କରୁଥିବା ବେଳେ ଗତ କିଛିଦିନ ତଳେ ସେ ଚାକିରିରୁ ନିଲମ୍ବିତ ହୋଇଥିଲେ । ଆଉ ରଜ ପରେ ସ୍କୁଲ ଖୋଲିଲେ କାହାକୁ ମୁହଁ ଦେଖାଇବେ ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ କରି ଫ୍ୟାନରେ ଝୁଲିପଡିଛନ୍ତି ।

Show More

Related Articles

Back to top button