ଓଡ଼ିଶା

ଟାଟା ଏସିଇ-ବାଇକ୍‌ ମୁହାଁମୁହିଁ ଧକ୍କାରେ ୨ ଆରୋହୀ ମୃତ

ବଡ଼ଗଡ଼ ଥାନା ତଳପାତମା ନିକଟରେ ବାଇକ ସହ ଟାଟା ଏସିଇ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଦୁହେଁ ହେଲେ ଭାଲିଆପଦା ଗ୍ରାମର ରାମ ଗମାଙ୍ଗ ଏବଂ ବଦ୍ରି ଗମାଙ୍ଗ ।

ଘଟଣାସ୍ଥଳରେ ରାମ ଗମାଙ୍ଗଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ ଯିବାବେଳେ ରାସ୍ତାରେ ହିଁ ବଦ୍ରି ଗମାଙ୍ଗଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ବାଇକରେ ମୋଟ ୩ ଜଣ ଯାଉଥିଲେ । ଦ୍ରୁତଗତିରେ ଯାଉଥିବାରୁ ସାମ୍ନାରେ ଆସୁଥିବା ଟାଟା ଏସିଇ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ ଯିବା ରାସ୍ତାରେ ଆଉଜଣଙ୍କ ମୃତ୍ୟୁ ଘଟିଛି ।

 

ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତ୍ରିନାଥ ବଡ଼ରଇତ ନାମକ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତିନିଜଣ ବାଇକ ଯୋଗେ ଗୌଡ଼ ଗୋଠରୁ ଫେରୁଥିବା ବେଳେ ତଳପାତମା ଗାଁ ନିକଟରେ ବିପରୀତ ପଟୁ ଆସୁଥିବା ଏକ Tata Ac ମିନିଟ୍ରକ ସହିତ ଧକ୍କା ହୋଇଥିଲା । ବଡଗଡ଼ ଥାନାଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

Show More

Related Articles

Back to top button