Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରସାକ୍ଷାତକାର

ମୋଦି ଓ ବାଇଡେନଙ୍କ ମଧ୍ୟରେ ଆଲୋଚନା

୨ ବିଶ୍ଵ ନେତାଙ୍କ ମଧ୍ୟରେ ଆଲୋଚନା ।

୨ ବିଶ୍ଵ ନେତାଙ୍କ ମଧ୍ୟରେ ଆଲୋଚନା । ଭିସି ଯୋଗେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଲୋଚନା ବେଳେ   ବୈଠକରେ ଉଠିଲା ୟୁକ୍ରେନ ପ୍ରସଙ୍ଗ । ୟୁକ୍ରେନରୁ ପ୍ରାୟ ୨୦ ହଜାର ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା କହିଲେ ମୋଦି । ଶାନ୍ତି ପ୍ରତିଷ୍ଠା ପାଇଁ ସେ ଋଷ ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହୋଇଥିବା ଜଣାଇଛନ୍ତି। ଏହା ସହ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସିଙ୍କ ସହ ସିଧାସଳଖ କଥା ହେବା ପାଇଁ ପୁଟିନଙ୍କୁ ପରାମର୍ଶ ମଧ୍ୟ ଦେଇଥିବା କହିଛନ୍ତି ମୋଦି । ୟୁକ୍ରେନର ବୁଚା ସହରରେ ନରସଂହାର ଘଟଣା ଚିନ୍ତାଜନକ ବୋଲି ବୈଠକରେ କହିଲେ ମୋଦି । ଭାରତ ଏହାର ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଥିବା ଜଣାଇଲେ । ଭାରତ ୟୁକ୍ରେନ ଓ ଏହାର ପଡ଼ୋଶୀ ଦେଶକୁ ଔଷଧ ପଠାଇଥିବା ମଧ୍ୟ କହିଲେ ମୋଦି । ବିକାଶ ଦିଗରେ ଭାରତ ଓ ଆମେରିକାର ମିତ୍ରତା ଏକ ଅଭିନ୍ନ ଅଙ୍ଗ ଭଳି ରହିବ ବୋଲି ବାଇଡେନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ତେବେ ଋଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ମୋଦି-ବାଇଡେନଙ୍କ ଏହି ଆଲୋଚନା ବୈଠକ ଉପରେ ପୁରା ବିଶ୍ୱର ନଜର ରହିଛି।

Show More

Related Articles

Back to top button