Breaking PLUSଓଡ଼ିଶାଖେଳଦେଶ ବିଦେଶମୁଖ୍ୟ ଖବର

ଆସନ୍ତା ଫେବୃଆରୀରେ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଟି-୨୦

ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀ ଷ୍ଟାଡିୟମରେ ଦର୍ଶକମାନେ ଫଟାଫଟ କ୍ରିକେଟର ମଜା ଉଠାଇ ପାରିବେ । ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ଫେବୃଆରୀ ମାସ ୧୫ ତାରିଖରେ ଦୁଇ ଦେଶ ମଧ୍ୟରେ ଟି-୨୦ ଖେଳାଯିବ ବୋଲି କହିଛନ୍ତି ଓଡ଼ିଶା କ୍ରିକେଟ ଏକାଡେମୀ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ।

ଶ୍ରୀ ବେହେରା କହିଛନ୍ତି ଯେ, ଭାରତ-ଇଣ୍ଡିଜ ମ୍ୟାଚ ପାଇଁ ତାରିଖ ଚୂଡ଼ାନ୍ତ ହୋଇ ସାରିଥିଲେ ହେଁ ଦର୍ଶକଙ୍କ ମ୍ୟାଚ ଦେଖିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଯଦି ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ମିଳେ ତେବେ ଟିକେଟ ଛାପିବା ଓ ବିକ୍ରି କରିବା ପାଇଁ ଏକ ମାସ ସମୟ ଦରକାର । ତେବେ ମ୍ୟାଚ ଦେଖିବାକୁ ହେଲେ ଦର୍ଶକଙ୍କ ପାଇଁ କୋଭିଡର ଦୁଇଟି ଡୋଜ୍ ଟିକା ଓ ୭୨ ଘଣ୍ଟା ପୂର୍ବରୁ ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଓସିଏ ସମ୍ପାଦକ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜୁନିୟର ବିଶ୍ୱକପ୍ ଆରମ୍ଭ ହୋଇଛି । ଏହି ବିଶ୍ୱସ୍ତରୀୟ ଇଭେଣ୍ଟ ବିନା ଦର୍ଶକରେ ଅନୁଷ୍ଠିତ ହେଉଛି । କୋଭିଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ରାଜ୍ୟରେ ଏବେ କୋଭିଡର ସ୍ଥିତି ନିମ୍ନମୁଖୀ ହୋଇଛି । ଅପରପକ୍ଷେ ମ୍ୟାଚ ପାଇଁ ଆହୁରି ପାଖାପାଖି ତିନି ମାସ ସମୟ ଥିବାରୁ ଦର୍ଶକଙ୍କୁ ଖେଳ ଦେଖିବାକୁ ପାଇଁ ଅନୁମତି ଦିଆଯାଇପାରେ ବୋଲି କ୍ରୀଡ଼ାପ୍ରେମୀମାନେ ଆଶାବ୍ୟକ୍ତ କରିଛନ୍ତି ।

Show More

Related Articles

Back to top button