Breaking PLUSଖେଳ

ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚରେ ନିଜ ସ୍ଥାନ ପକ୍କା କଲା ନ୍ୟୁଜିଲାଣ୍ଡ

ଗତକାଲି ଆବୁଧାବୀ‌ର ଶେଖ୍‌ ଜାୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ICC T-20 WorldCupର ପ୍ରଥମ ସେମିଫାଇନାଲ୍‌ ମ୍ୟାଚରେ ନ୍ୟୁଜିଲାଣ୍ଡ ଇଂଲଣ୍ଡ ବିପକ୍ଷରେ ୫ ୱିକେଟ୍‌ରେ ବିଜୟୀ ହୋଇଛି । ନ୍ୟୁଜିଲାଣ୍ଡର ଏହି ଦମଦାର ବିଜୟ ପରେ ଫାଇନାଲ ମ୍ୟାଚରେ ନିଜ ସ୍ଥାନ ପକ୍କା କରିଛି ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୬୬ ରନ୍‌ ସଂଗ୍ରହ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୧୯ ଓଭରରେ ୫ଟି ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ପୂରା କରିବା ସହିତ ଫାଇନାଲ୍‌ରେ ପ୍ରବେଶ କରିଛି ।

ଏଥି ସହ ଆଜି ଦୁବାଇରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ୨ୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ୨ଟି ମଧ୍ୟରୁ ବିଜୟୀ ହେବାକୁ ଥିବା ଟିମ୍‌ ନଭେମ୍ବର ୧୪ରେ ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ ।

ଇଂଲଣ୍ଡ ତରଫରୁ ନ୍ୟୁଜିଲାଣ୍ଡକୁ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଆରମ୍ଭରୁ ନ୍ୟୁଜିଲାଣ୍ଡର ଖେଳାଳିମାନେ ବହୁତ ସଂଘର୍ଷ କରିଥିଲେ । ଆଗଧାଡ଼ିର ଖେଳାଳିମାନେ ବିଫଳ ହେବା ପରେ ମଧ୍ୟ କ୍ରମର ଖେଳାଳିମାନଙ୍କ ଉପରେ ଚାପ ପଡ଼ିଥିଲା । ତେବେ‌ ଶେଷ ୪ ଓଭରରେ ନ୍ୟୁଜିଲାଣ୍ଡକୁ ୫୭ ରନ୍‌ର ଆବଶ୍ୟକ ଥିଲା । କିନ୍ତୁ ୧୭ତମ ଓଭରରେ ଖେଳର ରୂପରେଖ ବଦଳାଇ ଦେଇଥିଲେ ନ୍ୟୁଜିଲାଣ୍ଡର ଖେଳାଳି ଜିମି ନିଶାମ୍‌ । ସେ ଗୋଟିଏ ଓଭରରେ ୨୩ ରନ୍‌ ସଂଗ୍ରହ କରିଥିଲେ । ଫଳରେ ନ୍ୟୁଜିଲାଣ୍ଡକୁ ବାକି ରନ୍‌ ସହଜରେ ହାସଲ ହୋଇଯାଇଥିଲା ।

Show More

Related Articles

Back to top button