Breaking PLUSଓଡ଼ିଶାମୁଖ୍ୟ ଖବର
ପୁଣି ସଂଶୋଧନ ହେବ ୨୦୨୦ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍-ମନ୍ତ୍ରୀ

ଭୁବନେଶ୍ୱର- ପୁଣି ସଂଶୋଧନ ହେବ ୨୦୨୦ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍। ଏନେଇ ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂୂରଜ। ମନ୍ତ୍ରୀ କହିଛନ୍ତି ଯେ ପୁରୁଣା ଢାଞ୍ଚାକୁ ଫେରିବୁ, ସିନେଟ ବ୍ୟବସ୍ଥା ରହିବ। ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ବଜାୟ ରହିବ। ବିଶ୍ୱବିଦ୍ୟାଳୟଗୁଡିକୁ ନିଯୁକ୍ତି କ୍ଷମତା ଦିଆଯିବାକୁ ବିଚାର ଚାଲିଥିବା ମନ୍ତ୍ରୀ ଗୃହରେ କହିଛନ୍ତି। ୧୯୮୯ ବିଶ୍ୱବିଦ୍ୟାଳୟ ଆଇନକୁ ବିଜେଡି ସରକାର ୨୦୨୦ ନଭେମ୍ବରରେ ସଂଶୋଧନ କରିଥିଲେ। ଏବେ ଏହାକୁ ପୁଣି ସଂଶୋଧନ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।