Breaking PLUSଓଡ଼ିଶାମୁଖ୍ୟ ଖବର
ସନ୍ଧ୍ୟାସୁଦ୍ଧା ମିଳିବ କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ସହାୟତା

ଭୁବନେଶ୍ଵର: କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ଏବଂ ପବନ ଯୋଗୁଁ ମୟୂରଭଞ୍ଜ ଜିଲାର କ୍ଷତିଗ୍ରସ୍ତମାନଙ୍କୁ ସନ୍ଧ୍ୟାସୁଦ୍ଧା ସହାୟତା ରାଶି ମିଳିବ। ବାଙ୍ଗିରିପୋଷିର ମହୁଲବାରେଳି, ସାରସପୋଷି ସମେତ ୧୦ରୁ ଅଧିକ ଘର ବୁଲି କାଳବୈଶାଖୀ କ୍ଷୟକ୍ଷତି ସମୀକ୍ଷା କରିବା ପରେ ରବିବାର ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସୁରେଶ ପୂଜାରୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ।