Breaking PLUSଓଡ଼ିଶାମୁଖ୍ୟ ଖବର
୫୦ ପ୍ରତିଶତ ବାଦ୍ ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ବର୍ଗ- ସୂର୍ଯ୍ୟବଂଶୀ

ସାମାଜିକ ଓ ଆର୍ଥିକ ଅନଗ୍ରସର ପାଇଁ ସଂରକ୍ଷଣ ପ୍ରସଙ୍ଗ। କାଲିର କ୍ୟାବିନେଟ୍ ନିଷ୍ପତ୍ତି ନେଇ ଥିବା ଦ୍ଵନ୍ଦ୍ଵ ଦୂର କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ। ସେ କହିଛନ୍ତି ଜାତିଭିତ୍ତିକ ସଂରକ୍ଷଣ ୫୦ ପ୍ରତିଶତ ଟପିବନି ଏ ନେଇ ସୁପ୍ରିମକୋର୍ଟ ଙ୍କ ନିର୍ଦେଶ ରହିଛି । ଏଥିପାଇଁ ଏସିବିସି ବର୍ଗଙ୍କ ନାମଲେଖା ନେଇ ୧୧.୨୫ ପ୍ରତିଶତ ସଂରକ୍ଷଣ କଲୁ । ପୂର୍ବରୁ ଏସସି / ଏସ୍ଟି ବର୍ଗଙ୍କ ପାଇଁ ୩୮.୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏସ୍ଇବିସି ସଂରକ୍ଷଣ ୧୧.୨୫ ପ୍ରତିଶତ ମିଶିଲେ ଏହା ୫୦ ପ୍ରତିଶତ ରେ ସୀମିତ ରହିଛି। ଦିବ୍ୟାଙ୍ଗଙ୍କ ପାଇଁ ୬ ପ୍ରତିଶତ ଏବଂ ପୂର୍ବତନ ସେନାଙ୍କ ପରିବାରକୁ ୧ ପ୍ରତିଶତ ସଂରକ୍ଷଣ ଅଲଗା ରହିଛି। କାରଣ ଏମାନଙ୍କୁ ଦିଆଯାଇଥିବା ସଂରକ୍ଷଣ ଜାତି ଭିତ୍ତିକ ନୁହେଁ। ଏହା ସୁପ୍ରିମକୋର୍ଟ ଗାଇଡ ଲାଇନ୍ ଉଲଂଘନ କରୁନାହିଁ ବୋଲି କହିଛନ୍ତି ମନ୍ତ୍ରୀ।