ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରୋକ : ଜେଲରେ ରହିବେ ସାଇବାବା

ନୂଆଦିଲ୍ଲୀ : ମାଓବାଦୀଙ୍କ ସହ ସମ୍ପୃକ୍ତି ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଦିଲ୍ଲୀ ୟୁନିଭର୍ସିଟିର ପୂର୍ବତନ ପ୍ରଫେସର ଜି.ଏନ୍‌. ସାଇବାବାଙ୍କୁ ବମ୍ବେ ହାଇକୋର୍ଟ ଦୋଷମୁକ୍ତ କରିଥିବାବେଳେ ଉକ୍ତ ରାୟ ଉପରେ ସୁପ୍ରିମକୋର୍ଟ ଶନିବାର ରୋକ୍ ଲଗାଇଛନ୍ତି। ଫଳରେ ଜେଲରେ ରହିବେ ସାଇବାବା। ହାଇକୋର୍ଟଙ୍କ ରାୟକୁ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏନେଇ ସର୍ବୋଚ୍ଚ ଅଦାଲତ ଜି.ଏନ୍‌. ସାଇବାବାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଜବାବ ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮କୁ ଧାର୍ଯ୍ୟ ହୋଇଛି। ସହ ସମ୍ପର୍କ ଅଭିଯୋଗରେ ଗିରଫ ହେବାର ୮ ବର୍ଷ ପରେ ପୂର୍ବତନ ପ୍ରଫେସର ସାଇବାବାଙ୍କୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଦୋଷମୁକ୍ତ କରିଥିଲେ। ୫୨ ବର୍ଷୀୟ ସାଇବାବାଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଗିରଫ କରିବା ଅବୈଧ। ତାଙ୍କୁ ଖଲାସ କରାଯାଉ ବୋଲି ହାଇକୋର୍ଟ ନାଗପୁର କେନ୍ଦ୍ରୀୟ କାରାଗାରକୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠ ସ୍ୱତନ୍ତ୍ର ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିଛନ୍ତି। ଅଣକାର୍ଯ୍ୟଦିବସରେ ବିଚାରପତି ଏମ୍‌.ଆର୍‌. ଶାହା ଏବଂ ବେଲା ଏମ୍‌. ତ୍ରିବେଦୀ ପିଟିଶନର ଶୁଣାଣି କରିଥିଲେ। ସ୍ୱାସ୍ଥ୍ୟଗତ କାରଣ ଓ ଶାରୀରିକ ଅକ୍ଷମତା କାରଣରୁ ତାଙ୍କୁ ଗୃହବନ୍ଦୀ ରଖାଯିବା ଲାଗି ସାଇବାବା କରିଥିବା ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।

Show More

Related Articles

Back to top button