Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ବିହାର ନିର୍ବାଚନ ସ୍ଥଗିତ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ବିହାର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। କୋରୋନା ଭାଇରସକୁ ଦୃଷ୍ଟିରେ ରଖି ନିର୍ବାଚନକୁ ବାତିଲ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବିହାର ନିର୍ବାଚନ ତାରିଖ ପରିବର୍ତ୍ତନ ନିମନ୍ତେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କୋରୋନା ଭାଇରସକୁ ଦୃଷ୍ଟିରେ ରଖି ନିର୍ବାଚନକୁ ବାତିଲ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଯାହାକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ଅଗ୍ରାହ୍ୟ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୂଚନା ଅନୁସାରେ, ବିହାରରେ କୋରୋନା ଭାଇରସ ମୁକ୍ତ ହେବା ପରେ ନିର୍ବାଚନ କରିବାକୁ ଜନସ୍ୱାର୍ଥ ମାମଲାରେ ନିବେଦନ କରାଯାଇଥିଲା।
ଏହି ଆବେଦନର ଶୁଣାଣି କରୁଥିବା ଜଷ୍ଟିସ୍ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କ କହିବା ଅନୁସାରେ, ଭାରତର ନିର୍ବାଚନ କମିସନ ଏହାକୁ ନେଇ ନିଷ୍ପତ୍ତି ଗ୍ରହଣ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା କରାଯାଇନାହିଁ, ତେଣୁ ଏହି ପିଟିସନ ଏକ ‘ପ୍ରିମାଚ୍ୟୁଓର୍‌ ପିଟିସନ୍’ ବୋଲି ଖଣ୍ଡପୀଠ କହିଥିଲେ । ଅସ୍ୱଭାବିକ ପରିସ୍ଥିତିରେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ‘ଜନ ପ୍ରତିନିଧି ଆଇନ’ରେ ବ୍ୟବସ୍ଥା ରହିଥିବାରୁ ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବାକୁ ମୁଖ୍ୟ ନିର୍ବାଚନ କମିସନ୍‌ଙ୍କୁ ନିର୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଅବିନାଶ ଠାକୁର ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ।

Show More

Related Articles

Back to top button