Breaking PLUSଦେଶମୁଖ୍ୟ ଖବର

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟଙ୍କ ନୂଆ ନିର୍ଦ୍ଦେଶାବଳୀ

କୋଠା ଭାଙ୍ଗିବା ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରି ବେଆଇନ ନିର୍ମାଣ ମାମଲାରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ବୁଧବାର ଦିନ ପାନ-ଇଣ୍ଡିଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।ଏହି ନିର୍ଦ୍ଦେଶନାମା ମଧ୍ୟରେ ଭଙ୍ଗାଯିବାର ୧୫ ଦିନ ପୂର୍ବରୁ ଅଗ୍ରୀମ ବିଜ୍ଞପ୍ତି ପ୍ରଦାନ, ଭିଡିଓ ରେକର୍ଡିଂ ପ୍ରକ୍ରିୟା, ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ରହିିଛି।

ତେବେ ଏହି ନିର୍ଦ୍ଦେଶାମା ସାର୍ବଜନୀନ ସଡ଼କ, ରେଳ ଲାଇନ ପରି ସ୍ଥାନରେ ବେଆଇନ୍‌ ଭାବେ ନିର୍ମାଣ ହୋଇଥିବା କୋଠା ପାଇଁ ଲାଗୁ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ କାର୍ଯ୍ୟନିର୍ବାହୀ ଜଣେ ବିଚାରପତି ହୋଇପାରିବେ ନାହିଁ ଏବଂ ଜଣେ ଅଭିଯୁକ୍ତକୁ ଦୋଷୀ ଘୋଷଣା କରିପାରିବେ ନାହିଁ କି ତାଙ୍କ ଘର ଭାଙ୍ଗି ପାରିବେ ନାହିଁ।

Show More

Related Articles

Back to top button